28.1 C
Bhubaneswar
Friday, September 20, 2024
Homeସ୍ୱାସ୍ଥ୍ୟଥଣ୍ଡା ଚା’କୁ ଗରମ କରି ପିଉଛନ୍ତି କି ? ଶରୀରରେ ହୋଇପାରେ ଏଭଳି ସମସ୍ୟା

ଥଣ୍ଡା ଚା’କୁ ଗରମ କରି ପିଉଛନ୍ତି କି ? ଶରୀରରେ ହୋଇପାରେ ଏଭଳି ସମସ୍ୟା

ବ୍ୟୁରୋ : ଭାରତରେ ଚା’ କୁ ନେଇ ପ୍ରାୟତଃ ସମସ୍ତ ଲୋକଙ୍କ ଭାବନା ଏକା ଭଳି ହୋଇଥାଏ । ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନଙ୍କ ଦିନର ଆରମ୍ଭ ଚା’ରୁ ହିଁ କରିଥାନ୍ତି । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ପୂରା ଦିନରେ ୩ ରୁ ୪ କପ୍‌ କିମ୍ବା ତା ଠାରୁ ଅଧିକ ଚା’ ପିଅନ୍ତି । ହେଲେ ଅନେକ ଅନୁସନ୍ଧାନରେ ପ୍ରମାଣିତ ହୋଇଛି ଯେ ଅଧିକ ଚା’ ପିଇବା ଦ୍ୱାରା ହାଡ ଦୁର୍ବଳ ହୋଇଯାଏ । ଏହା ବ୍ୟତୀତ ଶରୀରରେ ଆହୁରି ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ । ଆମମାନଙ୍କ ମଧ୍ୟରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଚା’ ଥରେ ତିଆରି କରିଦିଅନ୍ତି ଓ ତାକୁ ବାରମ୍ବାର ଗରମ କରି ପିଇଥାନ୍ତି । ତେବେ ଜାଣନ୍ତୁ ଥଣ୍ଡା ଚା’ ଗରମ କରି ପିଇବା ଦ୍ୱାରା ଶରୀରରେ କଣ କ୍ଷତି ହୋଇଥାଏ ।ସୂଚନା ମୁତାବକ, ଚା’ ତିଆରି କରିବାର ୧୫ ରୁ ୨୦ ମିନିଟ ମଧ୍ୟ ତାକୁ ଆଉ ଥରେ ଗରମ କରି ପିଇ ପାରିବେ । ଏହା ଦ୍ୱାରା ଶରୀରରେ କୌଣସି ପ୍ରକାରର କ୍ଷତି ହେବନାହିଁ । ହେଲେ ଅନ୍ୟ ରିପୋର୍ଟ ଅନୁସାରେ, ତୁରନ୍ତ ଚା’ ତିଆରି କରି ପିଇବା ଠିକ୍‌ ହୋଇଥାଏ । କିନ୍ତୁ ବେଳେ ବେଳେ ଚା’ ଆଉଥରେ ଗରମ କରି ପିଇ ପାରିବେ । ହେଲେ ସବୁ ଦିନ ଏପରି କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ବାସ୍ତବରେ ଚା’କୁ ବାରମ୍ବାର ଗରମ କରିବା ଫଳରେ ଚା’ ର ସୁଗନ୍ଧ ଓ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ହେଲ୍ଥ ଏକ୍ସପର୍ଟଙ୍କ ମୁତାବକ, ଚା’ ତିଆରି କରିବାର ୪ ଘଣ୍ଟା ପରେ, ଏହାକୁ ଭୁଲରେ ବି ଆଉଥରେ ଗରମ କରି ପିଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ନୁହେଁ । ଚା’ ବନାଇ ଅଧିକ ସମୟ ରଖିଲେ ସେଥିରେ ବ୍ୟାକ୍ଟେରିଆ ବ୍ୟାପିବାକୁ ଲାଗିଥାଏ । ପ୍ରାୟ ୧ ରୁ ୨ ଘଣ୍ଟା ମଧ୍ୟରେ ସେଥିରେ ବ୍ୟାକ୍ଟେରିଆ ବ୍ୟାପି ଯାଇଥାନ୍ତି । ଏହା ବ୍ୟତୀତ କ୍ଷୀର ଚା’ତ କେବେ ମଧ୍ୟ ଆଉଥରେ ଗରମ କରି ପିଅନ୍ତୁ ନାହିଁ । କାରଣ କ୍ଷୀର ଚା’ରେ ବହୁତ ଶୀଘ୍ର ବ୍ୟାକ୍ଟେରିଆ ବ୍ୟାପି ଥାଏ । ବହୁତ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ଚା’ ପିଇବା ପାଇଁ ପସନ୍ଦ କରନ୍ତି । କ୍ଷୀର ଚା’ରେ ଚିନି ପଡିଥିବା ଯୋଗୁ ସେଥିରେ ବହୁତ ଶୀଘ୍ର ବ୍ୟାକ୍ଟେରିଆ ବ୍ୟାପି ଯାଏ । କ୍ଷୀର ଚା’ ଶୀଘ୍ର ଥଣ୍ଡା ହୋଇଯାଏ ଓ ଖରାପ ମଧ୍ୟ ହୋଇଯାଏ । ଅନ୍ୟ ଋତୁ ତୁଳନାରେ ଗରମ ଦିନରେ ଚା’ ଅଧିକ ଶୀଘ୍ର ଖରାପ ହୋଇଯାଏ । ସେଥିପାଇଁ ଥଣ୍ଡା ଚା’ ଗରମ କରି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ । ଥଣ୍ଡା ଚା’ ଆଉଥରେ ଗରମ କରିବା ଦ୍ୱାରା ଏହା ବିଷରେ ପରିଣତ ହୋଇଯାଇଥାଏ । ଏହା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ । ଯେପରି ବାନ୍ତି, ଗ୍ୟାସ୍‌ ଭଳି ସମସ୍ୟା ହୋଇପାରେ । ସେଥିପାଇଁ ଧ୍ୟାନ ରଖିବା ଜରୁରୀ ଯେ ଚା’ ତୁରନ୍ତ ତିଆରି କରି ପିଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking