ନୂଆଦିଲ୍ଲୀ : ବ୍ୟସ୍ତ ଜୀବନଶୈଳୀ ବର୍ତ୍ତମାନ ସମୟରେ ଅନେକଙ୍କ ମଧ୍ୟରେ ମାନସିକ ଚାପ ଭରିଦେଇଛି । ଚାପ ଆଜି ସମସ୍ତଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି । କାର୍ଯ୍ୟାଳୟରେ ସାଧାରଣ ସମସ୍ୟା ଜଣେ ବ୍ୟକ୍ତିଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିପାରେ । ଏହି କାରଣରୁ ଉଦାସୀନତାର ଶିକାର ହେବା ସ୍ବାଭାବିକ । ତେବେ ଚାପରୁ ରକ୍ଷା ପାଇବା ପାଇଁ କେଉଁସବୁ ଉପାୟ ଅବଲମ୍ବନ କରିବେ, ଜାଣନ୍ତୁ…
ସଙ୍ଗୀତ ଶୁଣନ୍ତୁ:- ଯଦି ଅତ୍ୟଧିକ ଚାପ ଏବଂ ଥକି ଯାଉଛନ୍ତି, ତେବେ ପସନ୍ଦର ଗୀତ ଶୁଣନ୍ତୁ, ଏହା ତୁରନ୍ତ ମନୋବଳକୁ ଉନ୍ନତ କରିପାରିବ । ସଙ୍ଗୀତ ମୁଡ୍ ବୁଷ୍ଟର୍ ଭାବରେ କାର୍ଯ୍ୟ କରିପାରେ । ହେଲେ ମନେରଖନ୍ତୁ, ସର୍ବଦା କମ୍ ଭଲ୍ୟୁମ୍ରେ ସଙ୍ଗୀତ ଶୁଣିବା ଉଚିତ୍, ନଚେତ୍ ଉଚ୍ଚ ସ୍ୱର କାନ ପାଇଁ କ୍ଷତିକାରକ ହୋଇପାରେ ।
ଧ୍ୟାନ କରନ୍ତୁ: ମାନସିକ ଶାନ୍ତି ପାଇଁ ଧ୍ୟାନ ଏକ ଭଲ ଏବଂ ପ୍ରଭାବଶାଳୀ ଉପାୟ ଏହା ମନରେ ଚାଲୁଥିବା ବିଭିନ୍ନ ଭାବନାକୁ ଶାନ୍ତ କରିଥାଏ । ଧ୍ୟାନ କେବଳ ଚାପରୁ ମୁକ୍ତି ଦେଇନଥାଏ, ବରଂ ଏହା ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବାକୁ ସାହାଯ୍ୟ କରିଥାଏ ।
ଲୋକଙ୍କ ସହ କଥାବାର୍ତ୍ତା କରନ୍ତୁ: ଯଦି ଅସୁବିଧା ଏବଂ ଦ୍ୱନ୍ଦ୍ୱ ଅନୁଭବ କରୁଛନ୍ତି, ତେବେ ସୋସିଆଲ ମିଡିଆ ଛାଡି ଆଖପାଖରେ ଥିବା ଲୋକଙ୍କ ସହ କଥା ହୁଅନ୍ତୁ । ସାଙ୍ଗମାନଙ୍କ ସହିତ ବସନ୍ତୁ ।
ବ୍ୟାୟାମ: ଅନେକ ଲୋକେ ଗୋଟିଏ ସ୍ଥାନରେ ବସି କାମ କରନ୍ତି, ସେତେବେଳେ ଉଦାସୀନତା ଏବଂ ଅସ୍ଥିରତା ଲାଗେ । ନିଜକୁ ଶାରୀରିକ ଭାବରେ ସକ୍ରିୟ କରିବାକୁ ଚେଷ୍ଟା କରନ୍ତୁ ଏବଂ ପ୍ରତିଦିନ କିଛି ସମୟ ପାଇଁ କଠିନ ପରିଶ୍ରମ କରନ୍ତୁ ।