ସନାତନ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଥାଏ । ବିଶ୍ୱାସ ରହିଛି ଯେ, ଯେଉଁଠାରେ ତୁଳସୀ ଗଛ ଥାଏ ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ସେହି ସ୍ଥାନରେ ମାତା ଲକ୍ଷ୍ମୀ ବାସ କରିଥାଆନ୍ତି। ଘରେ ତୁଳସୀ ଗଛ ଲଗାଇବା ଦ୍ବାରା ସୁଖ, ଶାନ୍ତି ଓ ସମୃଦ୍ଧି ବଢିଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛ ଲଗାଇବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଉଚିତ୍। ତେଣୁ ଆସନ୍ତୁ ଆଲୋଚନା କରିବା ତୁଳସୀ ଗଛ ନିକଟରେ କେଉଁ ସବୁ ଗଛ ଲଗାଇବା ଉଚିତ୍ ନୁହେଁ।
କାକଟସ୍ ଗଛକୁ ଏକ ନକାରାତ୍ମକ ଗଛ ଭାବେ ବିବେଚନା କରାଯାଇଥାଏ । ସେଥିପାଇଁ ତୁଲସୀ ନିକଟରେ ଏହି ଗଛ ଲଗାଇବା ଉଚିତ୍ ନୁହେଁ । ତୁଳସୀ ନିକଟରେ କାକଟସ୍ ଗଛ ଲଗାଇବା ଏହା ପ୍ରତି ଅପମାନ ସଦୃଶ୍ୟ ହୋଇଥାଏ ।