25.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶଡିଏମ୍‌କେ ସାଂସଦ ମାରାନ୍ ସାଇବର ଠକେଇର ଶିକାର ଆକାଉଣ୍ଟ୍‌ରୁ ଉଡ଼ିଗଲା ୯୯,୯୯୯ ଟଙ୍କା

ଡିଏମ୍‌କେ ସାଂସଦ ମାରାନ୍ ସାଇବର ଠକେଇର ଶିକାର ଆକାଉଣ୍ଟ୍‌ରୁ ଉଡ଼ିଗଲା ୯୯,୯୯୯ ଟଙ୍କା

ଚେନ୍ନାଇ : ତାମିଲନାଡୁର ଡିଏମ୍‌କେ ସାଂସଦ ଦୟାନିଧି ମାରାନ୍ ସାଇବର ଠକେଇର ଶିକାର ହୋଇଛନ୍ତି । ଅଜଣା ଫୋନ୍ କଲ୍ ରିସିଭ୍ କରିବାପରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୯୯,୯୯୯ ଟଙ୍କା ଗାଏବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାରାନ୍ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଅକ୍ଟୋବର ୮ରେ ତାଙ୍କ ଫୋନକୁ ଅଜଣା ନମ୍ବରରୁ କଲ୍ ଆସିଥିଲା । କଲ୍ ରିସିଭ୍ କରିବାପରେ ଅପରପାଶ୍ୱର୍ରୁ ବ୍ୟକ୍ତିଜଣକ ନିଜକୁ ବ୍ୟାଙ୍କ ଅଧିକାରୀଭାବେ ପରିଚୟ ଦେଇ ମାରାନ୍‌ଙ୍କ ବ୍ୟାଙ୍କ୍ କାରବାର ସମ୍ପର୍କିତ ତଥ୍ୟ ମାଗିଥିଲେ । ମାରାନ୍ କୌଣସି ତଥ୍ୟ ଦେଇନଥିଲେ ସୁଦ୍ଧା ତାଙ୍କ ଆକାଉଣ୍ଟ୍‌ରୁ ଉପରୋକ୍ତ ପରିମାଣ ଟଙ୍କା ଡେବିଟ୍ ହୋଇଥିବା ସେ କହିଛନ୍ତି । ଅକ୍ଟୋବର ୯ରେ ମାରାନ୍ ସିଟି ସାଇବର ଥାନାରେ ଠକେଇ ମାମଲା ରୁଜୁ କରିଛନ୍ତି । ଅନ୍‌ଳାଇନ ବ୍ୟାଙ୍କିଙ୍ଗ୍ ଠକେଇ ସମ୍ପର୍କରେ ସଚେତନ ରହିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking