19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ନୁହଁନ୍ତି ଡିକେ ଶିବକୁମାର, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସିଦ୍ଦରମୈୟାଙ୍କ ଅପେକ୍ଷା

ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ନୁହଁନ୍ତି ଡିକେ ଶିବକୁମାର, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସିଦ୍ଦରମୈୟାଙ୍କ ଅପେକ୍ଷା

ନୂଆଦିଲ୍ଲୀ:କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଏବେ ବି ନିଷ୍ପତ୍ତି ହୋଇପାରି ନାହିଁ । ଗୋଟିଏ ପଟେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡିବସିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବି ଦୌଡରୁ ନିଜକୁ ଦୂରେଇ ନାହାଁନ୍ତି । ଏନେଇ ଦୀର୍ଘ ୪ଦିନ ହେବ ଦିଲ୍ଲୀରେ ମନ୍ଥନ ଜାରି ରହିଛି । କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସୁରଜୱାଲା କହିଛନ୍ତି କି, ଆଗାମୀ ୪୮-୭୨ ଘଂଟା ମଧ୍ୟରେ କର୍ଣ୍ଣାଟକରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଯିବ ।
ସେପଟେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ଡିକେ ଶିବକୁମାର ନିଜ ଭାଇ ତଥା ପାର୍ଟିର ସାଂସଦ ଡିକେ ସୁରେଶଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଂଚିଛନ୍ତି । ସେଠାରେ ସେ ଗଣମାଧ୍ୟମକୁ କହିଛନ୍ତି କି ମିଥ୍ୟା ଅପପ୍ରଚାର ଉପରେ ବିଶ୍ୱାସ କରନ୍ତୁ ନାହିଁ ।
ସୂତ୍ର ସୂଚନା ମୁତାବକ କଂଗ୍ରେସ ହାଇକମାଣ୍ଡ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ଅଛନ୍ତି । ହେଲେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ନଥିବା କଥା ଜଣାପଡିଛି । ଅନୁମାନ କରାଯାଉଛି କି ଏହି ସମସ୍ୟାର ସମାଧାନ ନହେବା ପର‌୍ୟ୍ୟନ୍ତ ଡିକେ ଶିବକୁମାର ଦିଲ୍ଲୀରେ ରହିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking