26.1 C
Bhubaneswar
Saturday, October 19, 2024
Homeଓଡିଶାଡିଜେ ଏଜେକ୍ସ ଆତ୍ମହତ୍ୟା ଘଟଣା; ଏକସଙ୍ଗେ ୩ ଯୁବତୀଙ୍କୁ କରୁଥିଲେ ପ୍ରେମ

ଡିଜେ ଏଜେକ୍ସ ଆତ୍ମହତ୍ୟା ଘଟଣା; ଏକସଙ୍ଗେ ୩ ଯୁବତୀଙ୍କୁ କରୁଥିଲେ ପ୍ରେମ

ଭୁବନେଶ୍ୱର: ଡିଜେ ଏଜେକ୍ସ ଓରଫ୍ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାର ରହସ୍ୟ ଦିନକୁ ଦିନ ବୁଢ଼ିଆଣୀ ଜାଲ ଭଳି ଛନ୍ଦି ହୋଇଚାଲିଛି । ମାମଲାର ଖୋଳତାଡ଼ ଯେତେ ଆଗକୁ ଆଗକୁ ବଢ଼ୁଛି ଏଥିରେ ଜଡ଼ିତ ଥିବା ରହସ୍ୟ ଲମ୍ବିବାରେ ଲାଗିଛି । ଡିଜେ ଏଜେକ୍ସ ଜଣଙ୍କୁ ନୁହେଁ ବରଂ ୩ ଜଣ ଯୁବତୀଙ୍କୁ ଏକ ସଙ୍ଗରେ ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି ।

ତେବେ ସେ ସମ୍ପୃକ୍ତ ୩ ଜଣ ଯୁବତୀଙ୍କ ସହ କଥାବର୍ତ୍ତା ହେବା ସହ ନିଜ ପ୍ରେମ ଜାଲରେ ସମସ୍ତଙ୍କୁ ଫସାଇଥିବା ନେଇ ଯୁବତୀମାନେ ମଧ୍ୟ ଜାଣିବାକୁ ପାଇଥିଲେ । ଫଳରେ ଡିଜେଙ୍କୁ ପାନେ ଦେବା ପାଇଁ ସମ୍ପୃକ୍ତ ୩ ଯୁବତୀ ଏକ ହ୍ୱାର୍ଟସାପ ଗ୍ରୁପ କରିଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେବେ ଏହି ଘଟଣାରେ ଜଣେ ଯୁବତୀଙ୍କୁ ଜେରା କରାଯାଇଥିବାବେଳେ ଆବଶ୍ୟକସ୍ଥଳେ ଅନ୍ୟ ଦୁଇ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଏଜେକ୍ସଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ୩ ଯୁବତୀ ହ୍ୱାର୍ଟସାପ ଗ୍ରୁପ ଖୋଲିବା ସହ ସେମାନେ ସବୁବେଳେ ସେଥିରେ ଏଜେକ୍ସଙ୍କ ବିଷୟରେ ଚାଟ୍ କରୁଥିଲେ । ଏଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, ସେହି ବିଷୟରେ ଚଟ୍ ଥିଲେ । ଏଜେକ୍ସଙ୍କ ମୁଖା ଖୋଲିବାକୁ ଏକାଠି ହୋଇଥିଲେ ୩ ଯୁବତୀ । ସେମାନଙ୍କ ଭିତରୁ ଜଣକୁ ପଚରାଉଚରା ହୋଇଥିବା ବେଳେ ଖୁବ୍ ଶୀଘ୍ର ବାକି ୨ ଯୁବତୀଙ୍କୁ ଜେରା କରାଯିବ ବାଲି ଖାରବେଳନଗର ପୁଲିସ କହିଛି ।

ଡିଜେ ଏଜେକ୍ସଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସେହି ମର୍ମରେ ଗୁରୁବାର ସାମ୍ନାକୁ ଆସିଥିଲା ଡିଜେ ଏଜେକ୍ସ ଶେଷ କଲ୍ । ଆତ୍ମହତ୍ୟା ପୂର୍ବରୁ ଜେରା ସରିଥିବା ତାଙ୍କ ବାନ୍ଧବୀଙ୍କ ସହ କଥା ହୋଇଥିଲେ । ସେ ୯୭ ସେକେଣ୍ଡ କଥା ହେବା ପରେ କଲ କାଟି ଦେଇଥିଲେ । ଏହା ପରେ ତାଙ୍କ ବାନ୍ଧବୀ ଭିଡିଓ କଲ୍ କରିଥିଲେ । ମାତ୍ର ଡିଜେ ଏଜେକ୍ସ ଫୋନ ଉଠାଇ ନଥିଲେ । ବାନ୍ଧବୀଙ୍କ ଭିଡିଓ କଲ୍ ବେଳକୁ ଏଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏନେଇ ପରିବାର ଲୋକଙ୍କ ଅଭିଯାଗକୁ ଭିତ୍ତି କରି କମିଶନରେଟ ପୁଲିସ ଡିଜେ ଏଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରାଧରେ ଦଫା ୩୦୬ ଲଗାଇଥିଲା । ଏଥିସହ ଡିଜେ ଏଜେକ୍ସଙ୍କ ବାନ୍ଧବୀଙ୍କୁ ୩ ଘଣ୍ଟା ଜେରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking