29.1 C
Bhubaneswar
Wednesday, July 3, 2024
Homeଓଡିଶାଡିଜେ ଏଜେକ୍ସ୍ ଆତ୍ମହତ୍ୟା ମାମଲା; ପରିବାର ଲୋକଙ୍କ ବୟାନ ରେକର୍ଡ; ଡିଲେଟ୍ ହୋଇଛି ୱାଟସ୍ ଅଫ...

ଡିଜେ ଏଜେକ୍ସ୍ ଆତ୍ମହତ୍ୟା ମାମଲା; ପରିବାର ଲୋକଙ୍କ ବୟାନ ରେକର୍ଡ; ଡିଲେଟ୍ ହୋଇଛି ୱାଟସ୍ ଅଫ ଚାର୍ଟ

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଏଜେକ୍ସ ଅକ୍ଷୟ ଆତ୍ମହତ୍ୟା ମାମଲାରେ ପୁଲିସ ଏତଲାକୁ ଆଧାର କରି ୩୦୬ରେ ମାମଲା ରୁଜୁ କରିଥିଲା । ଏହି ଆଧାରରେ ଖରବେଳନଗର ଥାନା ପୁଲିସ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ଏଣୁ ପୁଲିସ ଆଜି ଅକ୍ଷୟଙ୍କ ପରିବାର ଲୋକଙ୍କ ୧୬୧ରେ ବୟାନ ରେର୍ଡ କରିଛି । ମଙ୍ଗଳବାର ତାଙ୍କ ମହିଳା ସହଯୋଗୀଙ୍କ ବୟାନ ରେକର୍ଡ କରାଯିବ । ଆଜି ଅପରାହ୍ଣରେ ଖାରବେଳନଗର ଥାନାରେ ଅକ୍ଷୟଙ୍କ ପାରିବାର ଲୋକ ପହଞ୍ଚିଥିଲେ । ପୁଲିସ ଅକ୍ଷୟଙ୍କ ମୃତ୍ୟୁକୁ ନେଇ ସେମାନଙ୍କୁ ପଚରାଉଚରା କରିଛି । କେଉଁ ପରିସ୍ଥିତରେ ଏଜେକ୍ସଙ୍କ ମୃତ୍ୟୁ ଘଟିଲା । ତାଙ୍କୁ କେହି ବ୍ଲାକ୍ ମେଲିଂ କରିଥିଲେ କି । କୁହାଯାଉଛି ଏକ ଭିଡିଓ ମାଧ୍ୟମରେ ଅକ୍ଷୟଙ୍କୁ ତାଙ୍କ ମହିଳାବନ୍ଧୁ ବ୍ଲାକ୍‌ମେଲିଂ କରିଥିଲେ ।

ଏହି ଭିଡିଓ ସମ୍ପର୍କରେ ପରିବାର ଲୋକେ କିଛି ଜାଣିଛନ୍ତି କି । ମହିଳାବନ୍ଧୁ ଜଣଙ୍କ କେବେ ଠାରୁ ବ୍ଲାକ୍‌ମେଲିଂ କରୁଛନ୍ତି । ଏସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା । ସେହିପରି ଆତ୍ମହତ୍ୟା ଦିନ କଣ ହୋଇଥିଲା । କେଉଁ ପରିସ୍ଥିତିରେ ଅକ୍ଷୟ ଆତ୍ମହତ୍ୟା କଲେ ସେ ସମ୍ପର୍କରେ ବୟାନ ରେକର୍ଡ କରାଯାଇଥିଲା । ତେବେ ପରିବାର ଲୋକେ ସେମାନଙ୍କ ବୟାନରେ ଅକ୍ଷୟଙ୍କ ମହିଳା ବନ୍ଧୁ ଏବଂ ତାଙ୍କ ସହେଯୋଗୀଙ୍କୁ ଦାୟୀ କରିଥିବା ଜଣପାଡଇି । ଅନ୍ୟ ପକ୍ଷରେ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୁଲିସ ଘଟଣାସ୍ଥଳରୁ ଅକ୍ଷୟଙ୍କ ଫୋନ୍ ଜବତ କରିଥିଲା । ଏହାକୁ ପୁଲିସ ଖଙ୍ଗାଳିଛି । ୱାର୍ଟସପ୍‌ରୁ ତଥ୍ୟ ମିଳିବ ଯାହା ପୁଲିସ ତଦନ୍ତକୁ ଆଗକୁ ବଢେଇବ ବୋଲି ଆଶାକରାଯାଉଥିଲା।

ହେଲେ ପୁଲିସକୁ ସେଭଳି କୌଣସି ଠୋସ୍ ତଥ୍ୟ ମିଳି ନ ଥିବା ଜଣାପଡିଛି । ତାଙ୍କ ୱାର୍ଟସପ ଚାର୍ଟରେ କିଛି ତଥ୍ୟ ଡିଲେଟ ହୋଇଯାଇଛି । ତେବେ ମୃତ୍ୟୁ ପୂର୍ବରୁ ସେ କଣ ପାଇଁ ଏହି ତଥ୍ୟ ଡିଲେଟ କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ପୁଲିସ ୱାର୍ଟସପ୍‌ରୁ ତଥ୍ୟ ନ ମିଳିବା ପରେ ଏବେ ସିଡିଆର ତଥ୍ରକୁ ଭରସା କରିଛି । ତାଙ୍କୁ ମୃତ୍ୟୁ ପୂର୍ବରୁ କେଉଁମାନେ ଫୋନ୍ କରିଥିଲେ । ତାହା ଜାଣିବାକୁ ଏବେ ଚେଷ୍ଟା କରାଯାଉଛି । ସିଡିଆର୍ ରିପୋର୍ଟ ଆସିବା ପରେ ଉକ୍ତ ଦିନ ତାଙ୍କ ସମ୍ପର୍କରେ ଥିବା ଲୋକଙ୍କ ସମ୍ପର୍କରେ ଜଣାପଡିବ । ଅନ୍ୟପକ୍ଷରେ ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ତେବେ ଅକ୍ଷୟଙ୍କ ମହିଳାବନ୍ଧୁଙ୍କୁ ଆସନ୍ତାକାଲି ଖାରବେଳନଗର ଥାନାକୁ ଡକାଯାଇଛି । ସେ ହାଜର ହୋଇ ତାଙ୍କର ପକ୍ଷ ରଖିବେ । ଅକ୍ଷୟଙ୍କ ସହ ତାଙ୍କ କି ସମ୍ପର୍କ ଥିଲା । କିଛି ଭିଡିଓ ତାଙ୍କ ପାଖରେ ରହିଛି । ଏହା କେଉଁଠି ସୁଟ୍ କରାଯାଇଛି । ଏସମ୍ପର୍କରେ ପୁଲିସ ପ୍ରଶ୍ନ କରିବାର ସମ୍ଭବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking