ଭୁବନେଶ୍ୱର : ଡିଜେ ଆଜେକ୍ସ ମୃତ୍ୟୁ ମାମଲା। ଏହି ଘଟଣାକୁ ତିନି ମାସ ବିତି ଯାଇଥିଲେ ବି ଏବେବି ସସପେନ୍ସ ଘେରରେ ତାଙ୍କର ମୃତ୍ୟୁ । ଏହି ଘଟଣାର ପୋଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନି। ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି । ପୋଲିସ୍ ମଧ୍ୟ ଘଟଣାର ଛାନଭିନ୍ ଜାରି ରଖିଛି ।
ତଦନ୍ତକୁ ଆଗକୁ ବଢାଇବାକୁ ପୋଲିସ୍ ଡିଜେ ଆଜେକ୍ସଙ୍କ ମୋବାଇଲ୍ ଫୋନ୍ ମଧ୍ୟ ନେଇଥିଲା। ତଦନ୍ତ ପରେ ପରିବାର ଲୋକଙ୍କୁ ଆଜେକ୍ସଙ୍କ ମୋବାଇଲ ହସ୍ତାନ୍ତର କରିଛି ପୋଲିସ । କିନ୍ତୁ ଆଜେକ୍ସଙ୍କ ମୋବାଇଲରୁ ଅନେକ ଫଟୋ, ଭିଡିଓ ଓ ଚାର୍ଟ ଡିଲିଟ ହୋଇଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ବାପା ଓ ମାଆ ।
ଏନେଇ ଆଜେକ୍ସଙ୍କ ବାପା ଓ ମାଆ ଆଜି ଖାରବେଳ ନଗର ଥାନାକୁ ଯାଇ ଏହି ଅଭିଯୋଗ ଆଣିଛନ୍ତି । କିଏ ଓ କାହିଁକି ଡିଲିଟ କଲା ବୋଲି ପୋଲିସକୁ ପଚାରିବାକୁ ଥାନାକୁ ଯାଇଥିଲେ । କିନ୍ତୁ ଥାନାରୁ ସେଭଳି କିଛି ସନ୍ତୋଷ ଜନକ ଉତ୍ତର ପାଇ ନଥିଲେ ଉଭୟେ ।