31.1 C
Bhubaneswar
Friday, March 14, 2025
Homeଓଡିଶାଯାଜପୁର ଠାରେ ଜିଲ୍ଲାସ୍ତରୀୟ ବୃହତ ନିଯୁକ୍ତି ମେଳା ଆୟୋଜିତ

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ବୃହତ ନିଯୁକ୍ତି ମେଳା ଆୟୋଜିତ

ଯାଜପୁର: ସ୍ଥାନୀୟ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ, ଯାଜପୁରଙ୍କ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ବୃହତ୍ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ପ୍ରତିନିଧି ମାନ୍ୟବର ସାଂସଦ, ଯାଜପୁର ଶ୍ରୀଯୁକ୍ତ ଫନିନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବକୃଷ୍ଣ ଜେନା, ଯାଜପୁର ପୌର ଅଧକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଏନ. ସି. (ସ୍ଵୟଂଶାସିତ) ମହାବିଦ୍ୟାଳୟ ର ଅଧକ୍ଷ ଡକ୍ଟର ରଞ୍ଜନ କୁମାର ବେହେରା, ସରକାରୀ ବହୁମୁଖି ବୈଷୟିକ ଶିକ୍ଷାନୁଷ୍ଠାନର ଅଧକ୍ଷ ଡକ୍ଟର ସୁଭାଙ୍ଗ କିଶୋର ଦାଶ, ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ର ଅଧକ୍ଷ ପଦ୍ମ ଚରଣ ସେଠି, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାୟକ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଇତ୍ୟାଦି ଯୋଗ ଦେଇ ଏହି ନିଯୁକ୍ତି ମେଳାରେ ଉପସ୍ଥିତ ଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ମାନଙ୍କୁ ମାର୍ଗ ଦର୍ଶନ ତଥା ଉତ୍ସାହିତ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ ପ୍ରାୟ ୫୦ ଗୋଟି ବେସରକାରୀ ସଂସ୍ଥାର ନିଯୁକ୍ତିଦାତାଙ୍କ ସମେତ ୧୫ଟି ଦକ୍ଷତା ବିକାଶ ତାଲିମ୍ ପ୍ରଦାନକାରୀ ସଂସ୍ଥାର ପ୍ରତିନିଧି, ୩ଟି ଦୀର୍ଘ ମିଆଦୀ ତାଲିମ୍ ପ୍ରଦାନକାରୀ ଅନୁଷ୍ଠାନ ଓ ଏକ ଗୋଟି ଆତ୍ମ ନିଯୁକ୍ତି ମୂଳକ ତାଲିମ୍ ପ୍ରଦାନ କାରୀ ସଂସ୍ଥା ମାନେ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିଲେ। ଏହି ନିଯୁକ୍ତି ମେଳାରେ ମୋଟ ୨୪୨୨ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ପଞ୍ଜୀକୃତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୨୧୫ ଜଣ ଯୁବକ ଯୁବତୀ ବିଭିନ୍ନ ବେସରକାରୀ ସଂସ୍ଥାର ପଦ ପଦବୀ ପାଇଁ ନିଯୁକ୍ତିଦାତା ମାନଙ୍କ ଦ୍ଵାରା ପ୍ରାଥମିକ ଭାବେ ଚୟନ ହୋଇଥିଲେ।

ଏତଦ୍ ବ୍ୟତତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହିତ ଅନୁବନ୍ଧିତ ଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ୍ ପ୍ରଦାନକାରୀ ସଂସ୍ଥା ମାନଙ୍କ ଦ୍ଵାରା ସ୍ୱଳ୍ପ ଅବଧିର ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ୮୬୮ ଜଣ ଯୁବକ ଯୁବତୀ ମନୋନୀତ ହୋଇଥିଲେ। ସେହି ଭଳି ଦୀର୍ଘ ଅବଧିର ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ୧୮୦ ଜଣ ଯୁବକ ଯୁବତୀ ଇଚ୍ଛାପ୍ରକାଶ କରିଥିବା ବେଳେ ୬୯ ଜଣ ଯୁବକ ଯୁବତୀ ଆତ୍ମ ନିଯୁକ୍ତି ତାଲିମ୍ ମାଧ୍ୟମ ରେ ରୋଜଗାରକ୍ଷମ ହେବା ପାଇଁ ଆବେଦନ କରିଥିଲେ। ତାଲିମ୍ ସମୟରେ ପ୍ରଶିକ୍ଷଣ, ରହିବା ଏବଂ ଖାଦ୍ୟ ପେୟ ବାବଦର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ୧୮ ରୁ ୩୫ ବର୍ଷ ବୟସ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ ପାସ୍ ଠାରୁ ସ୍ନାତକ ପାସ୍, ଆଇ. ଟି. ଆଇ ଓ ଡିପ୍ଲୋମା ପାସ୍ ଏବଂ ନର୍ସିଂ ପାସ୍ କରିଥିବା ପାର୍ଥି ଓ ପାର୍ଥନୀ ମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଇଚ୍ଛା ମୁତାବକ ନିଯୁକ୍ତି ପ୍ରଦାନକାରୀ ଘରୋଇ ସଂସ୍ଥାର ପ୍ରତିନିଧି ମାନଙ୍କ ସହିତ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଏହି ନିଯୁକ୍ତି ମେଳା ରେ ସାକ୍ଷାତକାର ଦେଇଥିଲେ। ଏହି ନିଯୁକ୍ତି ମେଳା ରେ ଜିଲ୍ଲା ପୋଲିସ, ଅଗ୍ନିଶମ ବିଭାଗ ର କର୍ମଚାରୀ, ଜିଲ୍ଲା ଚିକିତ୍ସାର କର୍ମଚାରୀ ଓ ଆମ୍ବୁଲାନ୍ସ ଇତ୍ୟାଦି ସହଯୋଗ କରିଥିଲେ। ଏହି ନିଯୁକ୍ତି ମେଳା କୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାୟକ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ ଶ୍ରୀ ରାକେଶ କୁମାର ନାୟକ ଇତ୍ୟାଦି ପରିଚାଳନା କରୁଥିବା ବେଳେ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।ଏହି ନିଯୁକ୍ତି ମେଳା ର ପ୍ରଚାର କାର୍ଯ୍ୟକ୍ରମ ରେ ଜେ.ଏସ.ଜେ. ଡିଜିଟାଲ ପାର୍ଟନର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking