20.1 C
Bhubaneswar
Thursday, December 5, 2024
Homeଓଡିଶାଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

ଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

ଭବାନୀପାଟଣା :  ବାର୍ଷିକ କ୍ରୀଡା ଯୋଗୁଁ ଅନେକ ପ୍ରତିଭା ଚିହ୍ନଟ ହେଉଛନ୍ତି, ତେଣୁ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ହିଁ ଏକମାତ୍ର ଲକ୍ଷ ବୋଲି ଆଜି ବାର୍ଷିକ କ୍ରୀଡାର ଉଦଯାପନି ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକକ୍ରୀଡା ମହୋତ୍ସଵ ଉଦଯାପିତ ହୋଇଥିଲା। ଉଦଯାପିତ ଉତ୍ସବରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ମୁଖ୍ୟବକ୍ତା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ଵିଶ୍ଵାଳ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁମନ୍ତ ମାଝୀ, କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରଂଜନ ପଣ୍ଡା,ଜୁନାଗଡ (ଏସ୍.ଏସ୍.ଡି)ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଵୀଣାପାଣି ସାମନ୍ତ, ଜୟନ୍ତପୁର ଵାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅସୀମା ଦୋରା ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ୨୦୨୨-୨୩ ର କ୍ରୀଡକ୍ଷେତ୍ର ରେ ଉତ୍କର୍ଷତା ଲାଭ ପାଇଁ “ବେଷ୍ଟ ପରଫର୍ ମିଙ୍ଗ୍ ସ୍କୁଲ୍ ଫର୍ ସ୍ପୋର୍ଟ୍ସ୍” ଭାବେ ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଚମ୍ପିୟାନ୍ ହୋଇଥିଲା । କ୍ରୀଡା ମହୋତ୍ସଵ ରେ କ୍ରୀଡା ଶିକ୍ଷକ ବିଜୟ ନାଏକ, ସୀତାକାନ୍ତ ପ୍ରଧାନ, କୃଷ୍ନ ଚନ୍ଦ୍ର ନାୟକ, କାମସେନ୍ ଭୋଇ, ଅମୁଲ୍ୟ ନାଏକ ପ୍ରଭୃତି ସକ୍ରିୟ ସହଯୋଗ କରିଥିଲେ । ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳଯ ର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ମଂଚ ପରିଚାଳନା କରିଥିଲେ। କୁରୁଗୁଡା ସ୍କୁଲ ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ଧନ୍ୟଵାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking