ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପାରିଷଦ ଧବଳ ଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପରିବେଶ ସମିତି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଆଞ୍ଚଳିକ ଶଖା ଆନୁକୁଲ୍ୟରେ ଜାତୀୟ ପ୍ରଦୂଷଣ ପ୍ରତିରୋଧ ଦିବସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ପରିବେଶ ସମିତିର ସମ୍ପାଦକ ଓ ଜାତୀୟ ସବୁଜ ବାହିନୀର ଆବାହକ ଡଃ ଶରତ କୁମାର ସାହୁ ଅତିଥି ପରିଚୟ, ସ୍ୱାଗତ ଭାଷଣ, ଉତ୍ସବ ପାଳନର ତତ୍ପର୍ଯ୍ଯତା ସମ୍ବଦ୍ଧରେ ଆଲୋକ ପାତ କରିବା ସହିତ ଆଲୋଚନା ଚକ୍ରର ସଂଯୋଜନା କରିଥିଲେ |ମୁଖ୍ୟ ବକ୍ତା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଶଖା ଅଧିକାରୀ ଇଞ୍ଜିନିୟର ପ୍ରମୋଦ କୁମାର ବେହେରା ଆୟୋଜିତ ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ପ୍ରଦୂଷଣ ପ୍ରତିରୋଧ କିପରି ଜନ ସଚେତନତା ଓ ଆଇନ ପ୍ରଣୟନ ଦ୍ୱାରା ସମ୍ଭବ ସେ ବିଷୟରେ ବର୍ଣନା କରିଥିଲେ |
ସମ୍ମାନୀୟ ଅତିଥି ତଥା ଜାତୀୟ ସବୁଜ ବାହିନୀର ମୁଖ୍ୟ ପ୍ରଶିକ୍ଷକ ଡଃ ନୃସିଂହ ଚରଣ ବେହେରା , ବିଜୟ କୁମାର ସାହୁ, ବିଷ୍ଣୁ ଚରଣ ସାହୁ, ଡଃ ମହେଶ୍ୱର ଜେନା ସାମନ୍ତ ଯଥା କ୍ରମେ ସବୁଜ ଜୀବନ ଶୈଳୀ ,ଶକ୍ତି ସଂରକ୍ଷଣ, ଜୀଆ ଖତ, ସବୁଜ ଖତ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଦ୍ୱାରା କିପରି ପ୍ରଦୂଷଣ ପ୍ରତିରୋଧ କାରାଯାଇ ପାରିବ ସେହି ବିଷୟରେ ଆଲୋଚନା କରିଥିଲେ I ବିଦ୍ୟାଳୟର ଇକୋ କ୍ଲବ ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ | ଗତ ୨୭.୧୧.୨୦୨୨ରିଖରେ ପାଣିକୋଇଲି ସରକାରୀ ଉଚ୍ଚ ଵିଦ୍ୟାଳୟ ପରିସରରେ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା I ବିଦ୍ୟାଳୟର ଇକୋ କ୍ଲବ ତତ୍ୱାବଧାରକ ରମେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ ଥିଲେ, ପ୍ରକୃତି ବନ୍ଧୁ ପ୍ରଣତି ପ୍ରୀତିନନ୍ଦା ଅତିଥି ମାନଙ୍କୁ, କୃତି ପ୍ରତିଯୋଗୀ ମାନଙ୍କୁ ଓ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ପୁରସ୍କାର ଦେବା ସହିତ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଇଥିଲେ | ଶିକ୍ଷକ ଓ କର୍ମଚାରୀ ଯଥା – ଅଜୟ କୁମାର ଘଡ଼ାଇ, ଅକ୍ଷୟ କୁମାର ଦାସ, ପ୍ରତାପ ଚନ୍ଦ୍ର ପାତ୍ର , ବିରଂଚି ନାରାୟଣ ବେହେରା, ଓ ମଙ୍ଗୁଳି ଚରଣ ମଲ୍ଲିକ ଇତ୍ୟାଦି ଉତ୍ସବ ପାଳନରେ ସାହାଯ୍ୟ ସହଯୋଗ କରିଥିଲେ |