29.1 C
Bhubaneswar
Monday, November 18, 2024
Homeଓଡିଶାଓମିକ୍ରନ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ ବୈଠକ

ଓମିକ୍ରନ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ ବୈଠକ

ଗଞ୍ଜାମ : ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା, ସଚେତନତାକୁ ବ୍ୟାପକ କରିବା ଉପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜୋର୍ ଦେଇଛନ୍ତି । ଏଥିଲାଗି ଆଜି ପୂର୍ବାହ୍ନରେ ଓସ୍ୱାନ ହଲରେ ଏକ ଜରୁରୀକାଳିନ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରଥମେ ନବ ବର୍ଷର ପ୍ରଥମ ଦିନର ପ୍ରଥମ ବୈଠକରେ ସମସ୍ତ ଅଧିକାରୀ କର୍ମଚାରୀମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ । ସମ୍ପ୍ରତ୍ତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା  ସୃଷ୍ଟି ହୋଇଛି । ଏଣୁ ପୂର୍ବରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଓମିକ୍ରନ ଦାଉରୁ ଜିଲ୍ଲାବାସୀ ସୁରକ୍ଷିତ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ ।

ଏଣୁ ଗୋଷ୍ଠୀଗତ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଠିକ୍ ପରିଚାଳନା କରିବା, ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା, କୋଭିଡ୍ ନିୟମର ଅନୁପାଳନ ଲାଗି ପଦକ୍ଷେପ ନେବା, ସନ୍ଦେହ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ଗହଳିକୁ ସମ୍ପୁର୍ଣ୍ଣ ବାରଣ କରିବା, ଲୋକଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା, ବାହାଘର ସକାଶେ ଅନୁମତି ଗ୍ରହଣ କରିବା ସହ ସମସ୍ତ କୋଭିଡ୍ ନିୟମ ଅନୁପାଳନ ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ ଯେଉଁ ସବୁ ଉନ୍ନୟନ କାର୍ଯ୍ୟ ହେଉଛି, ୫ଟି ଅନ୍ତର୍ଗତ ସମସ୍ତ କାର୍ଯ୍ୟର ଗୁଣବତ୍ତା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ସ୍କୁଲ ରୁପାନ୍ତିକରଣ କାର୍ଯ୍ୟ ଯୋଗୁଁ ସମସ୍ତ କାର୍ଯ୍ୟର ରୁପରେଖ ବଦଳୁଥିବା ପରିଲକ୍ଷିତ ହେଉଛି । ସହରାଞ୍ଚଳରେ ମୁକ୍ତା ଯୋଜନା କାର୍ଯ୍ୟକୁ ବ୍ୟାପକ କରାଯିବ । ସେହିପରି ନରେଗାରେ ତାରା ଯୋଜନାକୁ ସଂପୃକ୍ତ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ବୈଠକ ଜୁମ୍ କିମ୍ବା ଭିସି ଦ୍ୱାରା ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି ।

ପ୍ରତ୍ୟେକ ସୋମବାର ଦିନ ସ୍ୱଚ୍ଛ କାର୍ଯ୍ୟକୁ ତ୍ୱରାନ୍ନିତ କରାଯିବ । ଗାଁ କେମିତି ସଫେଇ ହେବ ସେଥି ପ୍ରତି ଦୃଷ୍ଟି ଦିଆଯିବ । ମୁକ୍ତା ଯୋଜନାରେ ସୌନ୍ଦର୍ଯ୍ୟକରଣ, ସଫେଇ, ମୋ ୱାର୍ଡ ବୈଠକ ଇତ୍ୟାଦି ବିଷୟରେ ଆଲୋଚନା ହୋଇଛି । ବୈଠକରେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଓ ପ୍ରିୟରଞ୍ଜନ ପୃଷ୍ଟି, ସିଡିଏମଓ ଡାକ୍ତର ଉମାଶଙ୍କର ମିଶ୍ର, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking