ଭୁବନେଶ୍ୱର: ବଜେଟ ଅଧିବେଶନରେ ବିରୋଧିଙ୍କ ଭୂମିକାକୁ ନେଇ ପ୍ରଶ୍ନ । ପ୍ରଶ୍ନ ଉଠାଇଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଧାନସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଜେଟ ଅଧିବେଶନ । ୨୩ଟି କାର୍ଯ୍ୟଦିବସ ଭିତରେ ବିରୋଧୀଙ୍କ କଣ ଭୂମିକା ଥିଲା ବୋଲି ପ୍ରଶ୍ନ କରିଛନ୍ତି । ବିନା କାରଣରେ ଗୃହ ଅଚଳ ସହ ଗୃହ ଭିତରେ ତାମସା କରୁଥିଲେ । ବ୍ୟୟମଞ୍ଜୁର ବିଲ୍ ପାରିତ ଦିନ ମଧ୍ୟ ବିରୋଧୀଦଳର ଭୂମିକା ଦେଖୁଥିଲେ । ବିରୋଧୀଦଳଙ୍କ ପାଖରେ କିଛି ପ୍ରସଙ୍ଗ ନଥିଲା,ଏକ ସୁଆଙ୍ଗ କରୁଛନ୍ତି । ଅନେକ ପ୍ରସଙ୍ଗକୁ ବନ୍ଦ କରେଇ ଦେଇଛନ୍ତି,ଆନ୍ତରିକତା ଜଣାପଡୁଛି ।