18.1 C
Bhubaneswar
Saturday, November 23, 2024
Homeଓଡିଶାଚାକିରି କରିବେ ବିସ୍ଥାପିତ, କଳିଙ୍ଗ ନଗରରେ ଗଢ଼ି ଉଠିବ ୩୫ କାରଖାନା

ଚାକିରି କରିବେ ବିସ୍ଥାପିତ, କଳିଙ୍ଗ ନଗରରେ ଗଢ଼ି ଉଠିବ ୩୫ କାରଖାନା

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପିତଙ୍କ ସମସ୍ୟା ଲାଗି ରହିଛି । ନିଯୁକ୍ତି, ଘର ଶୂନ ବିସ୍ଥାପିତ ମାନେ ନିଯୁକ୍ତି ଓ ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓଲ୍ଲାଇବା ପାଇଁ ଚରମବାଣୀ ଶୁଣାଉଥିଲା ବେଳେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବକଙ୍କୁ ନିଯୁକ୍ତି ଓ ବିସ୍ଥାପିତ ମାନଙ୍କ ସମସ୍ୟା ଦୂର କରିବା ପାଇଁ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷିକ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି । ପୁଣି ଛୋଟ ମଧ୍ୟମଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି ।
ବିସ୍ଥାପିତଙ୍କୁ ଥଇଥାନ ସହ ନିଯୁକ୍ତି ଦେଇ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ୩୫ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ । ବିସ୍ଥାପିତ ହେବାକୁ ଥିବା ଚାନ୍ଦିଆ ପଞ୍ଚାୟତର ପ୍ରତି ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିର ଦିଆଯିବ । ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଅଧ୍ୟକ୍ଷତାରେ କଳିଙ୍ଗ ନଗର ଜେସିଡିଏଲ କକ୍ଷରେ ବସିଥିବା ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ବିସ୍ଥାପିତ ପରିବାର ବର୍ଗଙ୍କୁ ଘର ଯୋଗାଇ ଦିଆଯିବ।ବିସ୍ଥାପିତ ମାନଂକୁ ୨୦୦୫ମସିହା ପୁରୁଣା ଥାଇ ଥାନ ନୀତିରେ କ୍ଷତି ନିୟମକୁ ସଂଶୋଧନ କରି ବର୍ତ୍ତମାନ ଜମି ମୂଲ୍ୟର କ୍ଷତି ପୂରଣ ଦେବା ପାଇଁ ବିସ୍ଥାପିତ ମାନଙ୍କ ସମସ୍ୟା ଲାଘବ ହୋଇପାରନ୍ତା । ଥଇଥାନ ନୀତି ସଂଶୋଧନ ନ ହେଲେ କାରଖାନା ପାଇଁ ବିସ୍ଥାପିତ ହେଉଥିବା ବାସିନ୍ଦା ସେମାନେ ତାଙ୍କ ସମ୍ପତି ଛାଡ଼ିବେ ନାହିଁ ଏବେ ଅନେକ ସମସ୍ୟା ଲାଗି ରହିଛି ତାହା ତୁଟୁ ନାହିଁ । ଇଡିକୋ ପକ୍ଷରେ ଅଧିଗ୍ରହଣ ହୋଇ ଜମି ପଡ଼ି ରହିଛି ତାହା କାମରେ ଲାଗୁ ନାହିଁ । ସେ ଜମି ଆସୁଥିବା ନୂଆ ଶିଳ୍ପ କରିବାକୁ ନ ଦିଆ ଯାଇ ପୁଣି ବିସ୍ଥାପିତ କରିବା କେତେ ଦୂର ନ୍ୟାୟୋଚିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିସ୍ଥାପିତ ପାଇଁ ପୁଣି କଳିଙ୍ଗନଗର ଅଶାନ୍ତ ହୋଇ ନପାରେ ତାହା ସମୟ କହିବ ।ଏହି ସମୀକ୍ଷା ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଏସପି ଜେସି ଡି ଏ ଲେ ର କର୍ତ୍ତୃ ପକ୍ଷ ଦାନଗଦି ତହସିଲଦାର ସମେତ ବହୁ ପଦାଧିକାରୀ କାରି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking