ନୂଆଦିଲ୍ଲୀ : ‘ତାରକ ମେହେଟ୍ଟା କା ଉଲଟା ଚଷମା’ରେ ଭୂମିକାରେ ଅଭିନୟ କରିଥିବା ଦିଶା ଭକାନୀଙ୍କ ବିଷୟରେ ଏକ ବଡ ଖବର। ଖବର ଅନୁଯାୟୀ, ଦିଶା ଗଳା କର୍କଟ ରୋଗ ସହ ଲଢେଇ କରୁଛନ୍ତି। କୁହାଯାଉଛି ‘ଦୟା ବେନ୍’ର ଚରିତ୍ର ହେତୁ ତାଙ୍କୁ ଗଳା କର୍କଟ ହୋଇଛି। କାରଣ ଶୋ’ରେ ଦିଶା ଏକ ଅଜବ ସ୍ୱରରେ କଥା ହେଉଥିଲେ। ୨୦୧୯ ରେ ଦିଶା ଏହି ଶୋ’କୁ ବିଦାୟ ଦେଇଥିଲେ। ଏହାର କାରଣ ସେ ମ୍ୟାଟରନିଟି ଲିଭ୍ କହିଥିଲେ। ସେବେଠାରୁ ତାଙ୍କୁ ଶୋ’କୁ ଫେରିବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶୋ’କୁ ଫେରିବା ପାଇଁ ନିର୍ମାତା ତାଙ୍କୁ ଅନେକ ଥର ସମ୍ପର୍କ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ। ଦିଶା ୨୦୧୦ ମସିହାରେ ଦୟା ବେନର ଅଜବ ସ୍ୱର ବିଷୟରେ କହିଥିଲେ। ସେ କହିଥିଲେ, ପ୍ରତ୍ୟେକ ଥର ସମାନ ସ୍ୱର ବଜାୟ ରଖିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଈଶ୍ବରଙ୍କ କୃପାରୁ କେବେ ତାଙ୍କ ସ୍ୱରକୁ କୌଣସି କ୍ଷତି ହୋଇନଥିଲେ କିମ୍ବା କୌଣସି ଗଳା ସମସ୍ୟା ହୋଇନଥିଲା। ଏହି ସ୍ୱର ସହିତ ସେ ଦିନକୁ ୧୧-୧୨ ଘଣ୍ଟା ଲଗାତାର ଶୁଟିଂ କରୁଥିଲେ।