ଭୁବନେଶ୍ୱର: ଆଜି ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ମାଲିକ ମାନଙ୍କ ସହିତ ଆଗକୁ ପାଳନ ହେବାକୁ ଥିବା ନୂଆବର୍ଷ ତଥା ଜିରୋ ନାଇଟ ପାଇଁ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିରୋ ନାଇଟ ପାଳନ କରୁଥିବା ହୋଟେଲର ମାଲିକ ମାନେ ଯୋଗ ଦେଇଥିଲେ । ଏଥିରେ ହୋଟେଲ ମାଲିକ ଏବଂ କର୍ମକର୍ତା ମାନଙ୍କୁ କୌଣସି ଘଟଣା ମୁକ୍ତ ନବବର୍ଷ ପାଳନ କରିବା ପାଇଁ ନିମ୍ନଲିଖିତ ଉପଦେଶ ମାନ ଦିଆଯାଇଥିଲା ।
୧. ହୋଟେଲକୁ ଆସିବାକୁ ଥିବା ଯାତ୍ରୀ ମାନଙ୍କର ଗାଡି ଗୁଡିକର ପାର୍କିଂ କରିବାର ସୁବ୍ୟବସ୍ଥା ହୋଟେଲ ତରଫରୁ କରାଯିବ ।
୨. ହୋଟେଲ ସମ୍ମୁଖସ୍ଥ ରାସ୍ତା କିମ୍ବା ସହରର ମୁଖ୍ୟ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପାଇଁ ପରାମର୍ଶ ଦିଆଯାଇଛି ।
୩. ହୋଟେଲରେ ନିଯୋଜିତ ଥିବା ସୁରକ୍ଷାକର୍ମୀ ମାନେ ଯାତ୍ରୀମାନଙ୍କର ଶୃଙ୍ଖଳିତ ନବବର୍ଷ ପାଳନ ସହିତ ସଠିକ ଗାଡି ପାର୍କିଂ ଉପରେ ଦୃଷ୍ଠି ଦେବାକୁ ପରାମର୍ଶ ଦିଆଯାଇଥିଲା ।
୪. ଜିରୋ ନାଇଟ ପାଳନ ନିମନ୍ତେ ନିର୍ଦ୍ଧିଷ୍ଠ ସମୟ ପୂର୍ବରୁ ପ୍ରାଧିକରଣ ଅଧିକାରୀଙ୍କ ଠାରୁ ଆବେଦନ କରି ଲାଇସେନ୍ସ ପ୍ରାପ୍ତ କରିବେ ।
୫. ଜିରୋ ନାଇଟ ପାଳନ ନିମନ୍ତେ ଆସିଥିବା ଯାତ୍ରୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହିତ ଘଟଣା ମୁକ୍ତ ଭାବେ ପାଳନ କରିବା ନିମନ୍ତେ ସଜାଗ ରହିବେ ।
୬. ନବବର୍ଷ ପାଳନ ନିମନ୍ତେ ରାଜ୍ୟ ଅବକାରୀ କତୃପକ୍ଷଙ୍କ ଠାରୁ ଆବଶ୍ୟକ ଲାଇସେନ୍ସ ପ୍ରାପ୍ତ କରିବେ ।
୭. ଜିରୋ ନାଇଟ ଓ ନବ ବର୍ଷ ପାଳନ ସମୟରେ ଭୁବନେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରାଯିବା ସହିତ ନବବର୍ଷ ପାଳନ କରୁଥିବା ହୋଟେଲ ସମ୍ମୁଖରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ।