17.1 C
Bhubaneswar
Saturday, January 17, 2026
Homeଖେଳନୀରଜଙ୍କ ବିବୃତିକୁ ନେଇ ଚର୍ଚ୍ଚା

ନୀରଜଙ୍କ ବିବୃତିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜୁଲାଇ ୨୬ ତାରିଖ‌ରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି ଭାରତର ଷ୍ଟାର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା । ଏହି କ୍ରମରେ ସେ କ୍ରିକେଟକୁ ନେଇ ଦେଇଥିବା କିଛି ବିବୃତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନୀରଜ ଚୋପ୍ରା ନିଜ ଲୋକପ୍ରିୟତାକୁ କଦାପି କ୍ରିକେଟରଙ୍କ ସହ ତୁଳନା କରି ନଥିବା କହି କହିଛନ୍ତି ଏବଂ ସେ ଏକଥା ମଧ୍ୟ କହିଛନ୍ତି ଭାରତରେ କ୍ରିକେଟର ସ୍ତର ଅଲଗା ବୋଲି ମୁଁ ଜାଣିଛି । ଅନ୍ୟ କ୍ରୀଡ଼ାର ସଫଳତା ଭାରତରେ କ୍ରିକେଟ୍ ତଳେ ଲୁଚି ଯାଇଥାଏ। ନିକଟରେ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏହି ପ୍ରସଙ୍ଗକୁ ନେଇ କିଛି ବିବୃତି ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଜଣେ ଖେଳାଳି ଭାବେ କ୍ୟାରିୟର ଗଢ଼ିବାକୁ ହେଲେ ଲୋକପ୍ରିୟତା, ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ। ମୁଁ ପ୍ରଥମରୁ ଜାଣିଥିଲି ଯେ କ୍ରିକେଟର ସ୍ତର ଅଲଗା ହୋଇଥାଏ । କ୍ରିକେଟରେ ଯେତିକି ଲୋକପ୍ରିୟତା ମିଳେ ତାହା ଅନ୍ୟ କୌଣସ କ୍ରୀଡ଼ାର ଖେଳାଳିଙ୍କୁ ମିଳି ନଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କ୍ରିକେଟ୍ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ମୁଁ ସବୁବେଳେ ଜାଭେଲିନ୍ ଖେଳାଳି ହେବାକୁ ଚାହୁଁଥିଲି ।କାରଣ ମୋତେ ଏହା ଭଲ ଲାଗେ। ମୁଁ ଜାଣି ନଥିଲି ଏହି ଖେଳ ହେତୁ ମୁଁ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବି । ମୁଁ କେବେ ବି ନିଜକୁ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଷ୍ଟାର କ୍ରିକେଟରଙ୍କ ସହ ତୁଳନା କରିନାହିଁ। ହେଲେ ଅଲିମ୍ପିକ୍ସ ପରେ ଯେତେବେଳେ ଲୋକମାନେ ମୋତେ ଜାଣିବା ଆରମ୍ଭ କରିଥିଲେ ସେତେବେଳେ ମୋତେ ଖୁବ ଖୁସି ଲାଗିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking