21.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଖରାପ ପାଗ ଯୋଗୁଁ ଲ୍ୟାଣ୍ଡିଂରେ ସମସ୍ୟା: ଅଳ୍ପକେ ବର୍ତ୍ତିଲା ବିମାନ

ଖରାପ ପାଗ ଯୋଗୁଁ ଲ୍ୟାଣ୍ଡିଂରେ ସମସ୍ୟା: ଅଳ୍ପକେ ବର୍ତ୍ତିଲା ବିମାନ

ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ଫେଞ୍ଜଲ ଯୋଗୁଁ ଅନେକ ରାଜ୍ୟରେ ପାଗ ଖରାପ ରହିଛି। ଭୀଷଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଏହିକ୍ରମରେ ଏକ ଏପରି ଭିଡିଓ ସାମ୍ନାକୁ ଆସିଛି ଯହା ଚମକାଇବା ଭଳି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ଭିଡିଓରେ ଏକ ବିମାନକୁ ଅବତରଣ କରୁଥିବାର ଦେଖାଯାଉଛି। ତେବେ ରନୱେରେ ଜମିଥିବା ପାଣି ଲାଗି ବିମାନ ରନୱେ ସ୍ପର୍ଶ କରି ତୁରନ୍ତ ଉଠିଯାଇଛି। ଫଳରେ ଏକ ବଡ଼ ବିପଦ ଟଳି ଯାଇଛି। ସାଇକ୍ଲୋନ ଫେଞ୍ଜଲ ଯୋଗୁ ଚେନ୍ନାଇ ବିମାନ ବନ୍ଦର ଶନିବାର ବନ୍ଦ ଥିଲା। ଫଳରେ ୨୪ଟି ଡୋମେଷ୍ଟିକ୍ ଫ୍ଲାଇଟ୍ କ୍ୟାନସଲ ହୋଇଥିବା ବେଳେ ୨୬ ବିମାନର ଉଡାଣ ବିଳମ୍ବିତ ହୋଇଛି। ବିମାନ ବନ୍ଦର ପରିଚାଳନ ରବିବାର ଭୋର ୪ଟା ବେଳ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଥିଲା। କେବଳ ଚେନ୍ନାଇ ନୁହେଁ  ବର୍ଷା ଯୋଗୁ ହାଇଦ୍ରାବାଦରେ ମଧ୍ୟ ଅନୁନ୍ୟ ୨୦ଟି ବିମାନ ରଦ୍ଦ କରାଯାଇଥିଲା। ଏହି ବିମାନ ଗୁଡିକ ଚେନ୍ନାଇ ଓ ତିରୁପତିରୁ ହାଇଦ୍ରାବାଦ ପହଞ୍ଚିବାର ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking