25.1 C
Bhubaneswar
Thursday, July 4, 2024
Homeଓଡିଶାବଡ଼ପୋଦଣ୍ଡାରେ ଝାଡ଼ାବାନ୍ତି ଆକ୍ରାନ୍ତ ; ୮ ଡାକ୍ତରଖାନାରେ ଭର୍ତ୍ତି

ବଡ଼ପୋଦଣ୍ଡାରେ ଝାଡ଼ାବାନ୍ତି ଆକ୍ରାନ୍ତ ; ୮ ଡାକ୍ତରଖାନାରେ ଭର୍ତ୍ତି

ଭଞ୍ଜନଗର : ବଡ଼ପୋଦଣ୍ଡା ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ, ୮ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବାକି ୪ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ପିଇବା ପାଣିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଘରଘର ବୁଲି ନମୁନା ସଂଗ୍ରହ କରାଯାଉଛି। ସୂଚନା ଅନୁସାରେ,କୂଅ, ପୋଖରୀ ଗୁଡ଼ିକୁ ବିଶୋଧନ କରିବାକୁ ଉଦ୍ୟମ କରାଯାଉଛି । ଏଥିସହ ଜରୁରୀକାଳୀନ ପଦକ୍ଷପ ଗ୍ରହଣ କରାଯାଇ ବର୍ତ୍ତମାନ ସ୍ୱଚ୍ଛ ପାଣି ପିଇବାକୁ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଇଛି । ପାଣିକୁ ଫୁଟାଇ ଛାଣି ପିଇବା ସହ ଉଷୁମ ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିସହ ସ୍ଥାନିୟବାସିନ୍ଦାଙ୍କୁ ଓଆରଏସ, ହାଲୋଜିନ ସହ ପେଟ ରୋଗ ପାଇଁ ଆହୁରୀ ଅନେକ ଔଷଧ ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking