27.1 C
Bhubaneswar
Saturday, October 19, 2024
Homeଓଡିଶାରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି, ୧୦ ମୃତ୍ୟୁ, ହଜାରରୁ ଅଧିକ ଆକ୍ରାନ୍ତ

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି, ୧୦ ମୃତ୍ୟୁ, ହଜାରରୁ ଅଧିକ ଆକ୍ରାନ୍ତ

ରାଉରକେଲା : ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ରାଉରକେଲା RGHରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଥିବା ରୋଗୀଙ୍କ ମଳ ନମୁନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି। ଭିବ୍ରିଓ କଲେରି ଅଥବା କୋମା ବାସିଲସ ଭୁତାଣୁ ରହିଥିବା ସୂଚନା ମିଳିଛି। ସହରରେ ଝାଡ଼ାବାନ୍ତି କିପରି ଆଉ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଫାଟିଥିବା ପାଣି ପାଇପର ମରାମତି କାର୍ଯ୍ୟ ଜାରି ରହିଛି। ସହରରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପାଇପରେ ମୋଟ ୫୧ଟି ସ୍ଥାନରେ ଲିକେଜ ଚିହ୍ନଟ ହୋଇଛି। ମରାମତି ପାଇଁ ୨୦ଟି ଟିମ୍ ନିୟୋଜିତ ହୋଇଛନ୍ତି। ୧୦୦ରୁ ଉର୍ଦ୍ଧ୍ବ ଆଶାକର୍ମୀ , ଏଏନଏମ୍ ଘରକୁ ଘର ବୁଲି ରୋଗ ନବ୍ୟାପିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ସଚେତନ କରୁଛନ୍ତି। ୬ଟି ମୋବାଇଲ ଡାକ୍ତରୀ ଟିମ୍ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳକୁ ଯିବେ ସ୍ବାସ୍ଥ୍ୟ ଓ ନଗର ଉନ୍ନୟନ ସଚିବ। ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ରାଉରକେଲା ଯିବେ। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନସିଂରେ ସ୍ଥିତିର ସମୀକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking