ଯାଜପୁର: ଝାଡାବାନ୍ତି ଘଟଣାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ଖାଦ୍ୟ ବିଷପ୍ରକ୍ରିୟା କରଣ ଯୋଗୁଁ ଝାଡାବାନ୍ତି ହୋଇଛି । ୨୫୦ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୪୦ରୁ ୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି, ୨ ଜଣଙ୍କ ମୃତ୍ୟୁ ହୋଇଛି । ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ୨୦ ଜଣଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ ଘଟଣାସ୍ଥଳକୁ ଯାଇଛନ୍ତି ।