32.1 C
Bhubaneswar
Monday, June 9, 2025
Homeଦେଶ ବିଦେଶଶିବପୁରୀ ଜିଲ୍ଲାରେ ହୀରା, ସୁନା ଓ ଚାନ୍ଦିର ଭଣ୍ଡାର ମିଳିବାର ଆଶଙ୍କା

ଶିବପୁରୀ ଜିଲ୍ଲାରେ ହୀରା, ସୁନା ଓ ଚାନ୍ଦିର ଭଣ୍ଡାର ମିଳିବାର ଆଶଙ୍କା

ମଧ୍ୟପ୍ରଦେଶ: ଠାବ ହୋଇଛି ସୁନା, ହୀରା ଓ ଚାନ୍ଦିର ଖଣି ! ଏହା କୌଣସି ବାହାର ଦେଶରେ ଠାବ ହୋଇନି । ଆମ ଦେଶ ଭାରତର ରାଜ୍ୟ ମଧ୍ୟପ୍ରଦେଶରେ ଏହି ଖଣି ଠାବ ହୋଇଛି । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ହୀରା, ସୁନା ଓ ଚାନ୍ଦିର ଭଣ୍ଡାର ମିଳିବାର ଆଶଂକା ସୃଷ୍ଟି ହୋଇଛି ।ସର୍ଭେକ୍ଷଣ ଆଧାରରେ, ଶିବପୁରୀର ଜିଲ୍ଲାରେ ବହୂମୂଲ୍ୟ ଖଣିଜ ସମ୍ପଦର ମିଳିବା ନେଇ ସଂକେତ ମିଳିଛି । ପ୍ରଶାସନ ପକ୍ଷରୁ ପାଖାପାଖି ୬୩୦ ବର୍ଗ କିଲୋମିଟର କ୍ଷେତ୍ର ଚିହ୍ନଟ କରିଛି । ଯେଉଁଥିରେ ୬୦ରୁ ଅଧିକ ଗାଁ ରହିଛି । ଏଠାରୁ ମୂଲ୍ୟବାନ ଖଣିଜ ପଦାର୍ଥ ମିଳିବାର ସଂକେତ ମିଳିବା ପରେ ବିଶେଷଜ୍ଞଙ୍କ ପକ୍ଷରୁ ଅଧ୍ୟୟନକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ଖଣିଜ ବିଭାଗ ଅନୁସାରେ, ୨୦୨୬ରୁ ଏଠାରେ ଖନନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଆବଶ୍ୟକୀୟ ଆଇନଗତ ଏବଂ ବୈଷୟିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।ବପୁରୀ ଜିଲ୍ଲା ଅଧିକାରୀ ଏହାକୁ ଐତିହାସିକ ଅବସର ବୋଲି କହିଛନ୍ତି । ଏହାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି, ଖୁବଶୀଘ୍ର ଉଚିତ୍ ପଦକ୍ଷେପ ଉଠାଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking