ଭୁବନେଶ୍ୱର: ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା । ପ୍ରଥମ ଥର ଆୟୁର୍ୱେଦ ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ । ରାଜ୍ୟର ୯ ମେଡିକାଲ କଲେଜରେ ସେବା ମିଳିବ । ୧୧ ଶହରୁ ଅଧିକ ଡିସପେନସାରୀରେ ମିଳିବ ନିଦାନ ସେବା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।










