27.1 C
Bhubaneswar
Sunday, November 24, 2024
Homeଓଡିଶାଆବାସ ଯୋଜାନ ଅପେକ୍ଷାରେ ନିଃସ୍ୱ ପରିବାର

ଆବାସ ଯୋଜାନ ଅପେକ୍ଷାରେ ନିଃସ୍ୱ ପରିବାର

ଢେଙ୍କାନାଳ : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଦିନ ମଜୁରିଆ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନ ପ୍ରଚଳନ କରିଛନ୍ତି । ସେଥିରୁ ବିଜୁ ପକ୍କାଘର ଯୋଜନା ଓ ଆବାସ ଯୋଜନା ଭଳି ଲୋକାଭିମୁଖି ଯୋଜନା ପ୍ରଣୟନ କରାଯାଇଛି । ଯେଉଁ ଯୋଜନାରେ ଗ୍ରମାଚଂଳ ଓ ସହରାଚଂଳର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ ଖଣ୍ଡିଏ ପକ୍କା ଘର ଦିଆଯାଇଥାଏ । କିନ୍ତୁ ଦୁଃଖର ବିଷୟ ଏହି ସବୁ ଯୋଜନା ଲାଗୁ ହେବାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ଅନେକ ପରିବାର ଭଙ୍ଗା ଚାଳଘର ଉପରେ ପଲିଥିନ ଟାଣି ଦିନ କାଟୁଛନ୍ତି । ଉକ୍ତ ଯୋଜନା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଏହି ଯୋଜନାର ବହୁ ଦୁରରେ ଶ୍ରୀବତ୍ସଙ୍କ ପରିବାର ।
ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡନୃିସିଂହ ପଂଚାୟତର ମୁରୁଗା ଗ୍ରାମରେ ବାସ କରନ୍ତି ଗରିବ ନିଃସହାୟ ଶ୍ରୀବତ୍ସ ନାଏକ (୪୮) ।

ସେ ନିଜ ହାତରେ ବାଉଁଶ ତିଆରି ଆସବାବ ପତ୍ର ତଥା ଡଲା, ଟୋପି, ବିଂଛଣା, ଟୋପର, ବୋଝ ତିଆରି କରି ନିଜ ଜିବନ ବିତାଇଥାନ୍ତି। ସେଥିରୁ ଯାହା ଦି ପଇସା ମିଳି ଥାଏ ସେ ତାଙ୍କ ୬ ପ୍ରାଣିର ପରିବାରକୁ ବହୁତ କଷ୍ଟରେ ଚଳାଇଥାନ୍ତି । ବହୁ ଦୁଃଖ କଷ୍ଟର ସେ ତାଙ୍କ ଝିଅର ବିଭାଘର କରିଦେଇଥିଲେ । ମାତ୍ର ଦୁଃଖର ବିଷୟ ତିନି ବର୍ଷ ତଳେ ତାଙ୍କ ଭଙ୍ଗା ଚାଳଘରଟିରେ ନିଆଁ ଲାଗି ଯାଇଥିଲା । ଯେଉଁଥିରେ ତାଙ୍କର ଚାଳଘର ପୋଡି ପାଉଁଶ ହୋଇଯାଇଥିଲା । ଘରପୋଡିକୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୈାଣସି ସହାୟତା ମିଳୁନଥିବାରୁ ସେ ଖରା ବର୍ଷାକୁ ଖାତିର ନକରି ଭଙ୍ଗା ଚାଳଘର ଉପରେ ପାଲ ଟାଣି ରହିଥାନ୍ତି । ତେଣୁ ସେ ଚିରା ଫଟା ପଲିଥିନ ତଳେ ବହୁ କଷ୍ଟରେ ଜୀବନ କାଟୁଛନ୍ତି । ନାବାଳକ ପୁଅ ବେକାର ହୋଇଥିବା ବେଳେ ସେ ନିଜେ ରୋଗାଗ୍ରସ୍ତ । ଏହି ସମୟରେ ସ୍ୱାମୀଙ୍କର ଅସହାୟତାରେ ସ୍ତ୍ରୀ ଫୁଲ ନାଏକଙ୍କ ଆଖିରୁ ଲୁହ ଝରୁଛି । ଶ୍ରୀବତ୍ସଙ୍କ ପରିବାରକୁ ଖଣ୍ଡିଏ ପକ୍କାଘର ଓ ଖାଉଟି ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking