30.1 C
Bhubaneswar
Saturday, July 6, 2024
Homeଓଡିଶାଅଧିକ ଯୌତୁକ ଦାବିରେ ବଧୂଙ୍କୁ ନିର୍ଯାତନା: ଶ୍ୱଶୁରଘର ଥାନାରେ ଅଟକ

ଅଧିକ ଯୌତୁକ ଦାବିରେ ବଧୂଙ୍କୁ ନିର୍ଯାତନା: ଶ୍ୱଶୁରଘର ଥାନାରେ ଅଟକ

ରମ୍ଭା : ଟଙ୍କା ଲୋଭରେ ଜନୈକା ଯୁବତୀଙ୍କ ସହ ଛଳନା ପ୍ରେମ ଓ ବିବାହ କରି ଯୌତୁକ ନିର୍ଯ୍ୟାତନା ଦେବା ଲମ୍ଫଟ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଅଞ୍ଚଳର ସାବୁଳିଆ ଗ୍ରାମରେ । ସାବୁଳିଆ ଗ୍ରାମର ବଡ଼ଦାଣ୍ଡ ସାହିର ଜନୈକା ଯୁବତୀ କେ.ଶ୍ୱେତାରାଣୀ ପାତ୍ରଙ୍କୁ ସେହି ଗ୍ରାମର ମାଳି ସାହିର ଏକ ଯୁବକ ସନ୍ତୋଷ ବାରିକ ପ୍ରେମ ବିବାହ କରିଥିଲେ । ବିବାହର ଦେଢ଼ ବର୍ଷ ପରେ ସନ୍ତୋଷ ଶ୍ୱେତାରାଣୀଙ୍କ ବାପା ଘରକୁ ଯିବା ଆସିବା ଦେଖି ୧୦ ଲକ୍ଷ ଟଙ୍କାର ଯୌତୁକ ଦାବି କରିଥିଲେ । କିନ୍ତୁ ଶ୍ୱେତାରାଣୀ ଏହାକୁ ବିରୋଧ କରିବାରୁ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । କେବଳ ସନ୍ତୋଷ ନୁହେଁ ତାଙ୍କ ମା’ ଶଶୀ ବାରିକ ମଧ୍ୟ ଶ୍ୱେତାରାଣୀଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରରିକ ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେଉଥିଲେ ବୋଲି ପୀଡ଼ିତା ଶ୍ୱେତାରାଣୀ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଶ୍ୱେତାରାଣୀଙ୍କ ଶଶୁର ଘର ଲୋକଙ୍କୁ ଅଟକ ରଖି ପଚରାଉଚାରା ଜାରି ରଖିଛି ବୋଲି ରମ୍ଭା ଥାନା ଏସ.ଆଇ ବିକାଶ କୁମାର ସାମଲ କହିଛନ୍ତି । ତେଣେ ଶ୍ୱେତାରାଣୀ ଯୌତୁକ ନିର୍ଯ୍ୟାତନା ସହିନପାରି ତାଙ୍କ ବାପା ଘରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking