18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସିବିଆଇ ଉପରେ ବର୍ଷିଲେ ସିଜେଆଇ

ସିବିଆଇ ଉପରେ ବର୍ଷିଲେ ସିଜେଆଇ

ନୂଆଦିଲ୍ଲୀ : ଧାନବାଦ ବିଚାରପତି ମୃତ୍ୟୁ ମାମଲାରେ CBI ଉପରେ ବର୍ଷିଛନ୍ତି ମୁଖ୍ୟ ବିଚାରପତି ଏନ.ଭି ରମଣା । ବିଚାରପତିଙ୍କୁ ସୁରକ୍ଷା ଯୋଗାଇବାରେ ତଦନ୍ତକାରୀ ଟିମ କିଛି କରୁନାହିଁ ବୋଲି ସେ କହିଛନ୍ତି । ସିବିଆଇ ବିରୋଧରେ ସେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ସତ୍ୟ ବୋଲି କହିଛନ୍ତି ରମଣା । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଏହି ବେଞ୍ଚ ଧାନବାଦ ଜଜ୍ ଉତ୍କଳ ଆନନ୍ଦଙ୍କ ହତ୍ୟା ଘଟଣାରେ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଜାମିନ ନାମଞ୍ଜୁର କରିଥିଲେ । ଏହାସହିତ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ଯୋଗାଇବା ଉପରେ ସେ ଏକ ସୁ ମୋଟୋ ମାମଲାର ଶୁଣାଣି କରିଥିଲେ । କୌଣସି ହାଇପ୍ରୋଫାଇଲ ମାମଲାରେ ବିଚାରପତିଙ୍କୁ ଧମକ ଦେବା ଏକ ନୂତନା ଧାରା ପାଲଟିଛି । ତେବେ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ନ୍ୟାୟିକ ଅଧିକାରୀଙ୍କୁ ନିର୍ଯାତନା ଦିଆଯାଉଛି ।

ଶୁଣାଣି ସେମାନଙ୍କ ସପକ୍ଷରେ ନ ହେଲେ ଏଭଳି କିଛି ଘଟଣା ସାମନାକୁ ଆସୁଛି ବୋଲି କୋର୍ଟ କହିଛନ୍ତି । ରାଜ୍ୟଗୁଡିକ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଦେବା ବିଶେଷ ଭାବରେ କିଛି କରୁନାହାଁନ୍ତି । କେବଳ ସେମାନଙ୍କ ବାସଭବନ ନିକଟରେ କିଛି ସୁରକ୍ଷା ଯୋଗାଇ ଦିଆଯାଉଛି । କିନ୍ତୁ ବିଚାରପତିଙ୍କୁ କୋର୍ଟ ଭିତରେ ଓ ବାହାରେ ଆକ୍ରମଣ କରାଯାଉଛି । ଖବରକାଗଜରେ ନିୟମିତ ଭାବରେ ବିଚାରିପତିଙ୍କୁ ଆକ୍ରମଣ କରାଯାଉଥିବାର ଖବର ସାମନାକୁ ଆସୁଛି । ଖବରକାରଜର ଏହି ଖବର ବାହାରୁଥିବା ପୃଷ୍ଠାକୁ ସେ ରଖିଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାର ଏଥିଲାଗି କିଛି କରୁନାହାନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking