32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆଜି ଶପଥ ନେବେ ଧାମି: ୨୮ରେ ସାୱନ୍ତଙ୍କ ପାଳି

ଆଜି ଶପଥ ନେବେ ଧାମି: ୨୮ରେ ସାୱନ୍ତଙ୍କ ପାଳି

ଡେରାଡୁନ:ଆଜି ବିଜେପିର ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଡେରାଡୁନରେ ଅନୁଷ୍ଠିିତ ହେବାକୁ ଥିବା ଉତ୍ସବରେ ରାଜ୍ୟପାଳ ଗୁରମିତ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ଧାମିଙ୍କ ସମେତ ତାଙ୍କ କ୍ୟାବିନେଟର ଆଉ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି ବିଜେପି ଶିବିରରୁ ଜଣାପଡିଛି । ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ଧାମି ଖାତିମା ଆସନରୁ ପରାଜିତ ହୋଇଥିବା ସତ୍ତ୍ୱେ ହାଇକମାଣ୍ଡ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅପରପକ୍ଷରେ ବିଜେପିର ପ୍ରମୋଦ ସାୱନ୍ତ ଆସନ୍ତା ୨୮ରେ ଗୋଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଉଭୟ ଧାମି ଓ ସାୱନ୍ତ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇସାରିଥିଲେ ସୁଦ୍ଧା ଉତ୍ତରାଖଣ୍ଡ ଓ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ତେବେ ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତିକ୍ରମେ ଧାମି ଓ ସାୱନ୍ତ ମଙ୍ଗଳବାର ନିଜ ରାଜ୍ୟରେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking