ଆଠଗଡ: ଧବଳେଶ୍ୱର ପୀଠରେ ପଞ୍ଚକ ଓ ବଡଓଷା ପାଇଁ ପ୍ରସ୍ତୁତି କରାଯାଇଛି । ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ ପୋଷ୍ଟ । ପୋଲିସର ମକଡ୍ରିଲ ପରେ କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି । ଦୁଇ ଚକିଆ ଗାଡି ନୂଆପାଟଣା ଠକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ । ୪ ଚକିଆ ଗାଡି ବିଦ୍ୟାଧର ଓ ଧବଳେଶ୍ୱର ଫାଣ୍ଡି ପଡିଆରେ ହେବ ପାର୍କିଂ । ଏନଏଚ ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡି । ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୨ ଅତିରିକ୍ତ ଏସପି, ୮ ଡିଏସପି, ୨୦ ଆଇଆଇସି ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ । ଓଡ୍ରାଫ, ଅଗ୍ନିଶମ ଟିମ ମୁତୟନ ରହିବେ ।










