34.1 C
Bhubaneswar
Friday, October 18, 2024
Homeଓଡିଶାଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଅପେକ୍ଷାର ଘଟିଲା ଅନ୍ତ । ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀ ବାସିନ୍ଦା। ଏଥିପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ବ୍ୟାରିକେଟ ଦେଇ ପୁରୀବାସୀ ପ୍ରବେଶ କରିପାରିବେ । ଏହା ସହ ଦୁଇଟି କିଓସ୍କ କରାଯାଇଛି। ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏହା ସହିତ ମଧ୍ୟ ଡବଲ ଡୋଜ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ।
ଦର୍ଶନ ପରେ ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିପାରିବେ। ବୈଠକରେ ପୁରୀ ବାସିନ୍ଦା ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ. ଵିଶାଲ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ। ଶେଷରେ ଆଜି ଠାରୁ ପୁରୀ ବାସିନ୍ଦା ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking