28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ହେବ: ପ୍ରଧାନମନ୍ତ୍ରୀ

୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବା ସହିତ ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି । ମୋଦୀ କହିଛନ୍ତି, ୬୦ ବର୍ଷ ପରେ କୌଣସି ସରକାର ୩ୟ ଥର ଲାଗି ଲଗାତର କ୍ଷମତାକୁ ଆସିଛି ଏବଂ ୩ୟ ଥର ଲାଗି ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଛି । ଅମୃତ କାଳ ପାଇଁ ଏହି ବଜେଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବଜେଟ୍ ଆମର ଆଗାମୀ ୫ବର୍ଷର କାର୍ଯ୍ୟକାଳର ଦିଗ ନିର୍ଦ୍ଧାରଣ କରିବ ଏବଂ ବିକଶିତ ଭାରତ ସ୍ୱପ୍ନର ସୁଦୃଢ଼ ମୂଳଦୁଆ ହେବ । ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗୃହର କାର୍ଯ୍ୟ ସମୟରେ ସଂସଦର ଗରିମାକୁ ଅକ୍ଷୁଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁରୋଧ କରିଛନ୍ତି ।
ମୋଦୀ କହିଛନ୍ତି, ନିଜ ପାଇଁ ଲଢିବାର ସମୟ ସରିଯାଇଛି, ଆଗାମୀ ନିର୍ବାଚନ ଯାଏ ଦେଶ ପାଇଁ ଲଢିବାର ସମୟ ଆସିଛି । ଯାହାର ଯାହା ପ୍ରତିଶ୍ରୁତି ଦେବା କଥା, ତାହା ଗତ ଜାନୁଆରୀରୁ ଦେଇସାରିଛନ୍ତି । ଦେଶବାସୀ ମଧ୍ୟ ସେମାନଙ୍କର ଜନାଦେଶ ଦେଇସାରିଛନ୍ତି । ଆଗାମୀ ଚାରିରୁ ସାଢ଼େ ଚାରି ବର୍ଷ ଦେଶ ପାଇଁ ଲଢ଼େଇ କରନ୍ତୁ । ଦଳର ଊର୍ଦ୍ଧ୍ୱକୁ ଯାଇ ସଂସଦର ଗରିମା ଅକ୍ଷୁଣ୍ଣ ରଖିବା ଆମ ସମସ୍ତଙ୍କର ଧର୍ମ ହେବା ଉଚିତ୍ । ଗରିବ, କୃଷକ ଏବଂ ମହିଳାଙ୍କ ବିକାଶ ପାଇଁ କାମ କରିବାକୁ ସାଂସଦମାନଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ସେହିପରି ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ୍ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ତାଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବା ଦିଗରେ ଆଗକୁ ବଢୁଛନ୍ତି । ଏହି ବଜେଟ୍ ଅମୃତ କାଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍ । ଏହା ଆଗାମୀ ପାଞ୍ଚ ବର୍ଷ ପାଇଁ ଆମର ଯୋଜନାକୁ ଦର୍ଶାଇବ ଏବଂ ‘ବିକଶିତ ଭାରତ ୨୦୪୭\’ ଭିଜନ ପାଇଁ ମୂଳଦୁଆ ପକାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking