ଭୁବନେଶ୍ୱର: ଉପବାଚସ୍ପତିଙ୍କ ବଢିଲା ଦରମା । ଉପବାଚସ୍ପତି ପାଇବେ ୯୪ ହଜାର ଟଙ୍କା ଦରମା । ପୂର୍ବରୁ ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କା ଥିଲା । ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ଟଙ୍କା ପାଇବେ । କାର୍ ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ଟଙ୍କା ପାଇବେ । ବ୍ୟକ୍ତିଗତ ଭତ୍ତା ୧ ଲକ୍ଷ ୭୭ ହଜାର ଟଙ୍କା ପାଇବେ । ପୂର୍ବରୁ ବ୍ୟକ୍ତିଗତ ଭତ୍ତା ୪୦ ହଜାର ଟଙ୍କା ଥିଲା । ବାସଗୃହ ଭତ୍ତା ବାବଦକୁ ୨ ହଜାର ଟଙ୍କା ମିଳିବ । ଅନ୍ୟପଟେ ବିଧାନସଭାର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା ଗୃହ କାର୍ଯ୍ୟ ।










