28.1 C
Bhubaneswar
Saturday, May 10, 2025
Homeଓଡିଶାସୋଲାର ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ସୋଲାର ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଢେଙ୍କାନାଳରେ ୱାରୀ ଏନର୍ଜି ଦ୍ଵାରା ଚାଲିଥିବା ପ୍ରକଳ୍ପର ସମୀକ୍ଷା କରିଛନ୍ତି l ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ଉପସ୍ଥିତ ଥିଲେ l ଢେଙ୍କାନାଳ ଜିଲ୍ଲାରେ ୱାରୀ ଏନର୍ଜି ଲିମିଟେଡ଼ ଦ୍ଵାରା ଚାଲିଥିବା ସୋଲାର ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯାଇଛି l ପ୍ରକଳ୍ପ ଗୁଡିକର ଅଗ୍ରଗତି ପାଇଁ ବିଜୁଳି ଯୋଗାଣ, ଜଳଯୋଗାଣ, ପାଇପ କନେକ୍ସନ, ଜମି ଅଧିଗ୍ରହଣ ଇତ୍ୟାଦିରେ ଥିବା ସମସ୍ୟା ଗୁଡିକର ନିଷ୍କର୍ଷ ବିଷୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି l ଏଥିସହିତ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକୁ ତ୍ଵରାନ୍ଵିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ l

ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଓପିଟିସିଏଲ ସିଏମଡି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଏମଡ଼ି ଇଡକୋ ଶ୍ରୀ ଭୁପିନ୍ଦର ସିଂ ପୁନିଆ, ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗ ଶ୍ରୀ ଚନ୍ଦ୍ରଶେଖର ପାଢୀ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ଗୁଡିକର ବାସ୍ତବିକ ଅଗ୍ରଗତି ନେଇ ସୂଚନା ପ୍ରଦାନ କରିଥିଲେ l ଏହି ବୈଠକରେ ୱାରୀ ଏନର୍ଜି ଲିମିଟେଡ଼ର ପ୍ରେସିଡେଣ୍ଟ ଜୟରାମ ମିଶ୍ର, ସିପିଓ ଶ୍ରୀ କୀର୍ତ୍ତି କୁମାର ଶାହ, ଏଜିଏମ୍ ଶ୍ରୀ ପ୍ରକାଶ ମହାନ୍ତି ଓ ସିନିୟର ମ୍ୟାନେଜର ଶ୍ରୀ ପରମେଶ୍ଵର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking