18.1 C
Bhubaneswar
Saturday, December 20, 2025
Homeଓଡିଶାଜମା ବି କମୁନି ଆଳୁ ଦର

ଜମା ବି କମୁନି ଆଳୁ ଦର

ଭୁବନେଶ୍ବର : ରାଜ୍ୟରେ ଆଳୁ ଦର ଖସିବାର ନାଁ ଧରୁନି। ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଦରରେ କୌଣସି ପ୍ରକାର ସୁଧାର ଆସୁନାହିଁ। ବରଂ ଆଳୁ କେଜି ୫୦ ଟଙ୍କା ଛୁଇଁଲାଣି। ଆଳୁର ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଳୁକୁ ନେଇ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଲୋକଙ୍କ ଥାଳିରୁ ଆଳୁ କମିଗଲାଣି। ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ପଶ୍ଚିମବଙ୍ଗରୁ ପ୍ରାୟ ୧୫ଟି ଆଳୁ ଗାଡ଼ି ଭୁବନେଶ୍ବର ଆଳୁ ଗଦିରେ ପହଞ୍ଚିଛି। ଯଦିଓ ଏହା ଯୋଗୁଁ ଆଳୁ ଦରରେ ବଡ଼ ଧରଣର ପରିବର୍ତ୍ତନ ହେବନାହିଁ, ମାତ୍ର ବଜାରରେ ଆଳୁର ଅଭାବକୁ ଦୂର କରିବ ବୋଲି ଆଶା। ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ସରକାର କେତେବେଳେ ପଶ୍ଚିମବଙ୍ଗ ଓ ପଞ୍ଜାବ କହୁଛନ୍ତି, ମାତ୍ର ଆଳୁ ଦର କେବେ ସ୍ବାଭାବିକ ହେବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେହିପରି ଚଢ଼ା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଥିଲେ। ହେଲେ ଏଭଳି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking