17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି: ବିମାନ ସେବା ପ୍ରଭାବିତ

ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି: ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ: ସୋମବାର ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ଅନେକ ବିମାନର ଆସିବା, ଯିବା ରୁଟିନ ପରିବର୍ତ୍ତନ ହୋଇଛି । ସକାଳ ସମୟରେ କୁହୁଡି ପାଇଁ ଦୃଶ୍ୟମାନ୍ୟତା ଶୂନ୍ୟଥିଲା । ଏହି ସମୟରେ ଇଣ୍ଡିଗୋ କହିଛି ଦିଲ୍ଲୀରେ କୁହୁଡି ଯୋଗୁଁ ଉଡାଣ ସମୟ ପଭାବିତ ହୋଇପାରେ । ବିମାନ ଯାତ୍ରୀମାନଙ୍କୁ ସରକାରୀ ଚ୍ୟାନେଲ ମାଧ୍ୟମରେ ଉଡାମ ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି । ଏହାରି ଭିତରେ ଏୟାର ଇଣ୍ଡିଆ ବିମାନ ମଧ୍ୟ ବାଧା ସୃଷ୍ଟି ହୋଇଥିବା ସୂଚନା ଦେଇଛି । ଘନକୁହୁଡି ଥିବାରୁ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଂଶରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତ୍ରୀମାନଙ୍କୁ ବିମାନ ବନ୍ଦରକୁ ଯିବା ପୂର୍ବରୁ ବିମାନ ବିବରଣୀ ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ଏୟାରଇଣ୍ଡିଆ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀ ବିପଦପୂର୍ଣ୍ଣ ବାୟୁ ଗୁଣବତ୍ତା ପାଇଁ ଉଠିବା ପରେ ବିମାନ ଉଡ଼ାଣରେ ବାଧା ସୃଷ୍ଟି ହୋଇଥିଲା, ସକାଳ ୭ଟାରେ AQI ୪୯୩ ରେକର୍ଡ କରାଯାଇଥିଲା, ଯାହା ସହରକୁ ‘ଗମ୍ଭୀରରୁ ଅଧିକ’ ବର୍ଗରେ ରଖିଛି।  ଯାନବାହାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି କରାଯାଇଛି, ଦିଲ୍ଲୀ ଏବଂ ପଡ଼ୋଶୀ ଜିଲ୍ଲା ଯଥା ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମ ବୁଦ୍ଧ ନଗରରେ BS-III ପେଟ୍ରୋଲ ଏବଂ BS-IV ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking