26.7 C
Bhubaneswar
Thursday, April 9, 2026
Homeଓଡିଶାଡେଙ୍ଗୁ : ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଡେଙ୍ଗୁ : ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟର ଚାରିଆଡ଼େ ଏବେ ଡେଙ୍ଗୁ ଆତଙ୍କ। ଏହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫୯ରେ ପହଞ୍ଚିଛି। ଏପରିକି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର ଟେଷ୍ଟିଂ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଚିନ୍ତା ବଢାଉଛି ସୁନ୍ଦରଗଡ଼। ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୩୭ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଭୁବନେଶ୍ବରରୁ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ସବୁ ଜିଲାକୁ ମାଡ଼ି ଚାଲିଛି ଡେଙ୍ଗୁ। ହେଲେ ଲୋକେ ରାଜ୍ୟରେ ପରିମଳ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଲୋକଙ୍କ କହିବା ମୁତାବକ, ସହର ହେଉ କିମ୍ବା ଗ୍ରାମାଞ୍ଚଳରେ ଠିକ୍‌ ଭାବେ ଡ୍ରେନେଜ ସଫା ହେଉ ନାହିଁ। ଚାରିଆଡେ ଅଳିଆ ଅବାର୍ଜନ ପଡି ରହୁଛି। ହେଲେ ବିଭାଗ ପକ୍ଷରୁ ସଠିକ ସମୟରେ ଏହାର ପରିଚାଳନା କରାଯାଉ ନାହିଁ। କାଁଭାଁ କେଉଁଠି ଡ୍ରେନ ସଫା କରାଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଧା ସଫା କରି ଛାଡି ଦିଆଯାଉଛି। ଫଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢି ଚାଲଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସବୁଠି ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking