27.1 C
Bhubaneswar
Sunday, September 29, 2024
Homeଓଡିଶାଚିନ୍ତା ବଢ଼ାଉଛି ଡେଙ୍ଗୁ; ରାଜ୍ୟର ୬ଟି ଜିଲ୍ଲାରେ ୮୨% ଡେଙ୍ଗୁ ଆକ୍ରାନ୍ତ, ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା୧୦୦ରୁ...

ଚିନ୍ତା ବଢ଼ାଉଛି ଡେଙ୍ଗୁ; ରାଜ୍ୟର ୬ଟି ଜିଲ୍ଲାରେ ୮୨% ଡେଙ୍ଗୁ ଆକ୍ରାନ୍ତ, ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା୧୦୦ରୁ ଉର୍ଦ୍ଧ୍ୱ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଚିନ୍ତା ବଢ଼ାଉଥିବା ବେଳେ ଏହାର ସ୍ଥିତି ଗମ୍ଭୀର ରହିଛି । ଗତବର୍ଷ ଏହି ସମୟରେ ଯେଉଁ ଜିଲ୍ଲାଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ଟପି ନଥିବା ବେଳେ ଚଳିତବର୍ଷ ସେସବୁ ଜିଲ୍ଲାରେ ୩ଶହ ଟପିଲାଣି । ବିଶେଷକରି ରାଜ୍ୟରେ ବର୍ତ୍ତମାନସୁଦ୍ଧା ଯେତିକି ରୋଗୀଙ୍କୁ ଚିହ୍ନଟ କରାଯାଇଛି ତାହାର କେବଳ ୮୨% ଆକ୍ରାନ୍ତ କେବଳ ୬ଟି ଜିଲ୍ଲାରୁ ହିଁ ରହିଛନ୍ତି । ଆହୁରି ୧ମାସ କିମ୍ବା ତା’ଠାରୁ ଅଧିକ ଦିନ ଡେଙ୍ଗୁର ପ୍ରଭାବ ରହିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏ ଦୃଷ୍ଟିରୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ଚିହ୍ନଟ ହୋଇଥିବା ସମୁଦାୟ ଆକ୍ରାନ୍ତଙ୍କଠାରୁ ବଳିଯିବ ବୋଲି ଆଶଙ୍କା କରାଯାଉଛି । ପୂର୍ବବର୍ଷ ଭଳି ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ୱର ମଧ୍ୟ ଚଳିତବର୍ଷ ଡେଙ୍ଗୁର ହଟ୍‌ସ୍ପଟ୍ ରହିଛି । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏହାବ୍ୟତୀତ ପୁରୀ ୩୯୪, କଟକ ୩୫୩, ବାଲେଶ୍ୱର ୩୧୮, ଜଗତସିଂହପୁର ୧୯୭, ନୟାଗଡ଼ ୧୩୫, ସୁନ୍ଦରଗଡ଼ ୯୩, କେନ୍ଦୁଝରରୁ ୯୦ ଆକ୍ରାନ୍ତ ବାହାରିଛନ୍ତି ।

ଗତବର୍ଷ ଏହି ସମୟରେ ରାଜ୍ୟରେ ୨୧୭୮ ଡେଙ୍ଗୁ ରୋଗୀ ବାହାରିଥିଲେ । ଖୋର୍ଦ୍ଧର୍ା ପରେ ଗତବର୍ଷ କୋରାପୁଟ ଜିଲ୍ଲା ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଚଳିତବର୍ଷ କୋରାପୁଟ ଅନ୍ୟ ଜିଲ୍ଲା ତୁଳନାରେ ସଂକ୍ରମଣରେ ଭଲ ସ୍ଥିତିରେ ରହିଛି । ଅପରପକ୍ଷରେ ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ନମୁନା ପରୀକ୍ଷା ସଂଖ୍ୟା ମଧ୍ୟ ୫୦ହଜାର ପାର୍ କରିଛି ।

ଡେଙ୍ଗୁ ପରୀକ୍ଷା ପାଇଁ ଅଧିକ ୪୦ଟି କେନ୍ଦ୍ର ଖୋଲାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ପାଣିପାଗ ସ୍ଥିତି ଭଲ ନ ଥିବା ଜିଲ୍ଲାରେ ଡେଙ୍ଗୁର ପ୍ରଭାବ ଅଧିକ ରହିଛି । ୯୫% ଡେଙ୍ଗୁ ରୋଗୀ ସ୍ୱତଃପ୍ରବୃତ୍ତ ଭାବେ ଭଲ ହୋଇପାରିବେ ଓ ୫% ରୋଗୀ ଏଥିରେ ଗୁରୁତର ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking