28.1 C
Bhubaneswar
Sunday, November 24, 2024
Homeଓଡିଶାଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୫୦ ପାର୍‌

ଚିନ୍ତା ବଢ଼ାଇଲାଣି ଡେଙ୍ଗୁ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୫୦ ପାର୍‌

ଭୁବନେଶ୍ୱର:  ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ବର୍ତ୍ତମାନ ସୁଦ୍ଧା  ରାଜ୍ୟରେ ୭୦ ହଜାର ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୨୭୫୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେଥିରୁୁ ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୮୩୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯଦିଓ ଖୋର୍ଦ୍ଧା ଜିଲ୍ଲାରୁ ୮୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିରୁ କେବଳ ୫୦୦ରୁ ଅଧିକ ଆକ୍ରାନ୍ତ ଭୁବନେଶ୍ୱରରୁ ଅଛନ୍ତି । ବିଶେଷକରି ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ହେଉଛି ଡେଙ୍ଗୁର ପିକ୍ ପରିୟଡ । ଏହି ସମୟ ମଧ୍ୟରେ ସମସ୍ତେ ସଚେତନ ହେବା ସହ ପରିମଳ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ । କେବଳ ରାଜଧାନୀ ନୁହେଁ ଏଥିସହ କଟକ, ବଲାଙ୍ଗୀର ଏବଂ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି, କିନ୍ତୁ ଗତବର୍ଷ ତୂଳନାରେ ଏହା କମ୍ ରହିଛି । ଗତବର୍ଷ ଏହି ସମୟ ସୁଦ୍ଧା ୩୦ହଜାର ଟେଷ୍ଟିଂ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking