17.1 C
Bhubaneswar
Sunday, December 29, 2024
Homeଓଡିଶାଡେଙ୍ଗୁ ଚିନ୍ତା: ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି; ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଡେଙ୍ଗୁ ଚିନ୍ତା: ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି; ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର:  ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ୫ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର୍‌, ଡାଏଗ୍ନୋଷ୍ଟିକ୍ କିଟ୍‌, ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି । ଜିଲ୍ଲା ଓ ମହାନଗର ନିଗମସ୍ତରରେ ସବୁ ଅଂଶୀଦାରଙ୍କ ସହ ମିଶି ଯୁଗ୍ମ ଆକ୍ସନ୍ ପ୍ଲାନ୍ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସେହିପରି ଜନସଚେତନତା ସହ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ୱୟ ରକ୍ଷା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲ ଉପରେ ଗୁରୁତ୍ୱାରୋପ କରାଯାଇଛି । ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟକରିବା ସହ ରକ୍ତଭଣ୍ଡାରରେ ରକ୍ତ ସଂରକ୍ଷିତ ରଖିବାକୁ କୁହାଯାଇଛି । ଏଥିସହ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ସାପ୍ତାହିକ ଡ୍ରାଏ ଡେ\’ ପାଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ୍ ୱାର୍କର୍‌, ଡାଏଗ୍ନୋଷ୍ଟିକ୍ କିଟ୍‌, ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି । ଜିଲ୍ଲା ଓ ମହାନଗର ନିଗମସ୍ତରରେ ସବୁ ଅଂଶୀଦାରଙ୍କ ସହ ମିଶି ଯୁଗ୍ମ ଆକ୍ସନ୍ ପ୍ଲାନ୍ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସେହିପରି ଜନସଚେତନତା ସହ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ୱୟ ରକ୍ଷା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲ୍ ଉପରେ ଗୁରୁତ୍ୱାରୋପ କରାଯାଇଛି । ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତଭଣ୍ଡାରରେ ରକ୍ତ ସଂରକ୍ଷିତ ରଖିବାକୁ କୁହାଯାଇଛି । ଏଥିସହ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ସାପ୍ତାହିକ ଡ୍ରାଏ ଡେ\’ ପାଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking