20.1 C
Bhubaneswar
Sunday, November 17, 2024
Homeଓଡିଶାଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃବର୍ଗଙ୍କୁ ଆକ୍ରମଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃବର୍ଗଙ୍କୁ ଆକ୍ରମଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,  : ଜନନାୟକ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମଣିପୁରରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଯାତ୍ରୀମାନଙ୍କୁ ଆକ୍ରମଣ, ରାହୁଲ ଗାନ୍ଧୀଙ୍କ ଗାଡ଼ି ଅଟକାଇବା ଓ ଦୁର୍ବ୍ୟବହାର କରିବା ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପୋଷ୍ଟର ଚିରିବା ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ରାଲି ଅପରାହ୍ନରେ ବାହାରି ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆସାମର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତଳିକା ଦାହ କରାଯିବା ସହ ମାଷ୍ଟରକ୍ୟାଂଟିନ ଛକକୁ ଏକ ଘଂଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା । କଂଗ୍ରେସ ପକ୍ଷରୁ ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ନିନ୍ଦା କରାଯିବା ସହ ମୋଦୀ ସରକାର ଓ ହିମନ୍ତ ବିଶ୍ୱଶର୍ମା ସରକାର ନିଜର ଦୋଷ ଓ ଦୁର୍ବଳତା, ଜନବିରୋଧି ନୀତି ଏବଂ ଦୁର୍ନୀତିକୁ ଲୁଚାଇବା ପାଇଁ ଜନନାୟକ ରାହୁଲ ଗାନ୍ଧୀ ଏବଂ ଭାରତ ଯୋଡ଼ ନ୍ୟାୟ ଯାତ୍ରୀଙ୍କ ଉପରେ ଆକ୍ରମଣ କରାଯାଇଛି । ଏପରିକି ଏହି ଯାତ୍ରାରେ ଥିବା ଅଖିଳ ଭାରତ କଂଗ୍ରେସ କମିଟିର ଜୟରାମ ରମେଶଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଏହି ଯାତ୍ରା ହେଉଛି ସାଧାରଣ ଜନତାର ପ୍ରତିବାଦର ସ୍ୱର । ଦେଶର ସାଧାରଣ ଜନତାଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରକୁ ବିଜେପି ସରକାର କ୍ଷୁର୍ଣ୍ଣ କରୁଛି । ସେଥିପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ନ୍ୟାୟ ଯାତ୍ରା ହେଉଛି । ଉପେକ୍ଷିତ ଜନତାକୁ ନ୍ୟାୟ ଦେବା ପାଇଁ ଏହି ଯାତ୍ରା ଅଭିପ୍ରେତ । ଅପରପକ୍ଷରେ ନ୍ୟାୟ ଯାତ୍ରାକୁ

ହିମନ୍ତ ବିଶ୍ୱଶର୍ମା ମିଆଁ ଯାତ୍ରା ଭାବରେ କହିଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ଯାତ୍ରାରେ ସାଧାରଣ ଜନତା ଅଧିକରୁ ଅଧିକ ଯୋଡ଼ି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ ଭୟଭୀତ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କର ନ୍ୟାୟ ଯାତ୍ରା ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହାକୁ ରୋକିବା ମୋଦୀ କି ହେମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରେ ସମ୍ଭବ ହେବ ନାହିଁ ।
ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଡ. ରାମଚନ୍ଦ୍ର ଖୁଂଟିଆ, ସୁରେଶ ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଶ୍ୱଜିତ୍ ଦାଶ, କିଶୋର ଜେନା, ୟାସିର ନୱାଜ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଣଜିତ ସେନାପତି, ମହମ୍ମଦ ଗୁଲଫାମ୍‌, କାର୍ତିକ କାଣ୍ଡି, ସୁଦିପ୍ ସାମଲ, ହଳଧର ସେଠୀ, ଗୀତାଞ୍ଜଳୀ ମହାନ୍ତି, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ଅକ୍ଷୟ କୁମାର ଦାସ, ବଳରାମ ନନ୍ଦ, ଶ୍ରେୟାସ୍ମିତା ପଣ୍ଡା, ମନୋରଞ୍ଜନ ଜେନା, ପ୍ରଶନ୍ନ ନାୟକ, ମୋହନ ଜେନା, ବ୍ରହ୍ମାନନ୍ଦ ସାହୁ, ମଂଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍‌ତି, ପ୍ରଭାତ ପ୍ରତାପ ସିଂ, ଜୟଶ୍ରୀ ପାତ୍ର, ସ୍ନେହପ୍ରଭା ଜେନା, ସେକ୍ ମହମ୍ମଦ ଜମିଲ, ସେକ୍ ତାକୱିମ୍‌, ମାନଓ ସେଠୀ, ଶିଶିର କୁମାର ରାଉତରାୟ, ଦେବାଶିଷ ଦାସ, ନିବାସ ଭୋଇ, ଶଙ୍କର ନାୟକ, ଦେବୀ ପ୍ରସାଦ ବାହାଲିଆ ଓ ପୂର୍ଣ୍ଣ ସାହୁ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking