27.1 C
Bhubaneswar
Monday, December 8, 2025
Homeଓଡିଶାପାଞ୍ଚପିଢ଼ (କରଞ୍ଜିଆ) ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ପାଞ୍ଚପିଢ଼ (କରଞ୍ଜିଆ) ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି

ମୟୂରଭଞ୍ଜ: ଅଖଣ୍ଡ ମୟୂରଭଞ୍ଜ ଯଦି ବିଭାଜନ ମୁହାଁ ତେବେ ପାଞ୍ଚପିଢ଼କୁ ନୂତନ ଜିଲ୍ଲାର ମାନ୍ୟତା ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଯାହାଫଳରେ ଲୋକମାନେ ହେଡକ୍ୱାଟର ନ ଆସି ନିଜ ଅଞ୍ଚଳରେ ଜିଲ୍ଲା ସ୍ତରୀୟ ସୁବିଧା ସୁଯୋଗ ଉପଭୋଗ ପାଇଁ ସକ୍ଷମ ହେବେ। ଯୋଉଥିପାଇଁ ମୟୂରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ (କରଞ୍ଜିଆ) ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଏବେ ଜୋର ଧରିଛି l ଜିଲ୍ଲା ମାନ୍ୟତା ଦାବି ପାଇଁ ଅନେକ ସମୟରେ ବିଭିନ୍ନ ସଂଗଠନ ଦାବି କରି ଆସୁଥିଲେ ସୁଦ୍ଧା ସରକାର କିନ୍ତୁ ସବୁବେଳେ ଦାବିକୁ ଟାଳୀ ଆସୁଛନ୍ତି l କିନ୍ତୁ ଡବଲ ଇଞ୍ଜିନ ସରକାରରେ ଲୋକଙ୍କ ଆଶା ଦୁଇ ଗୁଣିତ ହୋଇଛି l କାରଣ କରଞ୍ଜିଆ ଉପଖଣ୍ଡ ଠାରୁ ଜିଲ୍ଲା ମୁଖ୍ୟାଳୟ କୁ ୧୨୦ କିଲୋମିଟର ରାସ୍ତା l ସାଧାରଣ ଲୋକଟିଏ ଜିଲ୍ଲା ସ୍ତରୀୟ କାମ ପାଇଁ ହେଉ କି ଯେ କୌଣସି କାମ ପାଇଁ ଗଲେ ଗୋଟିଏ ଦିନରେ କାମ ହୁଏ ନାହିଁ l ସେଥିପାଇଁ ବିଭିନ୍ନ ସମୟରେ କରଞ୍ଜିଆ ଉପଖଣ୍ଡକୁ ନୂତନ ଜିଲ୍ଲା ଘୋଷଣା ପାଇଁ ଦାବି ହୋଇ ଆସୁଛି l ଏହି ପରିପ୍ରେକ୍ଷୀରେ ଆଜି କରଞ୍ଜିଆ କଚେରି ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାହାକି ଜାତି, ଧର୍ମ, ବର୍ଣ୍ଣ ଏବଂ ରାଜନୈତିକ ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ନୂତନ ଜିଲ୍ଲା ଗଠନ ପାଇଁ ଦାବି ଉଠାଉଛନ୍ତି l ସମସ୍ତଙ୍କ କହିବା କଥା ଆମ କରଞ୍ଜିଆ ଜିଲ୍ଲା ମାନ୍ୟତା ଦାବି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ l ସେନେଇ ଆଜି ପାଞ୍ଚପିଢ଼ ସ୍ୱାଭିମାନ ମଞ୍ଚ ଜିଲ୍ଲା ଗଠନ ଦାବି ପାଇଁ ଅଣ୍ଟା ଭିଡ଼ିଛି l ଜିଲ୍ଲା ଘୋଷଣା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବୈଠକରେ ମତପ୍ରକାଶ ପାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking