29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶପ୍ରବଳ ବର୍ଷା ଯୋଗୁଁ ଡେ଼ଲ୍ଟା ପ୍ରଭାବିତ

ପ୍ରବଳ ବର୍ଷା ଯୋଗୁଁ ଡେ଼ଲ୍ଟା ପ୍ରଭାବିତ

ତାମିଲନାଡୁ: ଡେଲ୍ଟା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଉପକୂଳବର୍ତ୍ତୀ ଡେଲଟାରେ ପାଣିପାଗ ବିଭାଗ ଦ୍ୱାରା ରେଡ୍ ଆଲର୍ଟ ଜାରି କରାଯାଇଥିଲା । ମାୟିଲାଦୁଥୁରାଇ, ନାଗାପାଟ୍ଟିନମ୍, ତିରୁଭର ଏବଂ କରାଇକାଲ ପରି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପ୍ରବଳ ବର୍ଷା ହୋଇଥିବା ବେଳେ , ପୁଡୁକୋଟ୍ଟାଇ, ଥାନଜାଭୁର ଏବଂ ତିରୁଚିରେ ମଧ୍ୟମ ଧରଣର ରହିଛି। ବର୍ଷା ଯୋଗୁଁ ଜିଲ୍ଲାଗୁଡ଼ିକରେ ପ୍ରଭାବିତ ହୋଇଛି ।ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମାୟିଲାଡୁଥୁରାଇ, ନାଗାପଟ୍ଟିନମ୍, ତିରୁଭ ଏବଂ କରାଇକାଲ୍ ଜିଲ୍ଲା ପାଇଁ ରେଡ୍ ଆଲର୍ଟ, ଆରିୟାଲୁର ଏବଂ ଥାନଜାଭୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ପେରମ୍ବାଲୁର ଏବଂ ତିରୁଚି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଘୋଷଣା କରିଛି। ପ୍ରବଳ ବର୍ଷା ଯୋଗୁଁ ମାୟିଲାଦୁଥୁରାଇ, ନାଗାପାଟ୍ଟିନମ୍, କରାଇକାଲ ଏବଂ ତିରୁଭ ଜିଲ୍ଲାର ସ୍କୁଲ ଏବଂ କଲେଜଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଥିଲା । ଥାନାଜୁରରେ କେବଳ ବିଦ୍ୟାଳୟଗୁଡ଼ିକୁ ଛୁଟିଦିନ ଘୋଷଣା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking