32.1 C
Bhubaneswar
Monday, October 21, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: କୋଲ୍‌କାତାକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍‌: କୋଲ୍‌କାତାକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଗୁରୁବାରର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ସହ କୋଲ୍‌କାତା ନାଇଟ୍ ରାଇଡର୍ସର ମୁକାବିଲା ହୋଇଥିବା ବେଳେ ଏଥିରେ ଦିଲ୍ଲୀ ୪ ୱିକେଟ୍‌ରେ ବିଜୟୀ ହୋଇଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇ କୋଲ୍‌କାତା ୧୨୭ ରନ୍‌ରେ ଅଲ୍‌ଆଉଟ୍ ହେବା ପରେ ଦିଲ୍ଲୀ ୧୯.୩ ଓଭର୍‌ରେ ୬ଟି ୱିକେଟ୍ ହରାଇ ୧୨୮ ରନ୍ କରି ସଂସ୍କରଣରେ ତା’ର ଷଷ୍ଠ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି । ଦଳ ପକ୍ଷରୁ ଓପନର ତଥା ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ୧୧ଟି ଚୌକା ସହ ୫୭ ରନ୍ କରିଥିବା ବେଳେ ମନୀଷ ପାଣ୍ଡେ ୨ଟି ଚୌକା ସହ ୨୧ ଏବଂ ଅକ୍ଷର ପଟେଲ୍ ଅପରାଜିତ ୧୯ ଓ ଓପନର ପୃଥ୍ୱୀ ଶ’ ୧୩ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ବରୁନ୍ ଚକ୍ରବର୍ତ୍ତୀ, ଅନୁକୂଲ ରୟ ଓ ଅଧିନାୟକ ନୀତୀଶ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ବର୍ଷା ଯୋଗୁଁ ପାଖାପାଖି ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିବା ସଂସ୍କରଣର ଏହି ୨୮ତମ ମ୍ୟାଚ୍‌ରେ କୋଲ୍‌କାତା ନିୟମିତ ବ୍ୟବଧାନରେ ୱିକେଟ୍‌ମାନ ହରାଇଚାଲିବା ଫଳରେ କୌଣସି ବଡ଼ ଟାର୍ଗେଟ୍ ଦେବାରେ ବିଫଳ ହୋଇଥିଲା । ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ । ଯେଉଁ ତିନି ଜଣ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିଥିଲେ, ସେମାନଙ୍କ ମଧ୍ୟରେ ଓପନର ଜେସନ୍ ରୟ ସର୍ବାଧିକ ୪୩ ରନ୍ କରିଥିଲେ । ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିବା ଜେସନ୍ ୩୯ ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଓ ଗୋଟିଏ ଛକା ଜରିଆରେ ଏହି ରନ୍ କରିଥିଲେ ।

କିନ୍ତୁ ତାଙ୍କୁ ଅନ୍ୟ ପଟରୁ ଯଥେଷ୍ଟ ସହାୟତା ନ ମିଳିବା ଫଳରେ କୋଲ୍‌କାତା ଆଦୌ ପ୍ରଭାବଶାଳୀ ପ୍ରଦର୍ଶନ କରିପାରି ନ ଥିଲା। ଜେସନ୍‌ଙ୍କ ବ୍ୟତୀତ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ମାତ୍ର ୩୧ ବଲ୍‌ରେ ଗୋଟିଏ ଚୌକା ଓ ୪ଟି ଛକା ଜରିଆରେ ୩୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ଏଥିସହ ସେ ଅନ୍ତିମ ୱିକେଟ୍‌ରେ ବରୁନ୍ ଚକ୍ରବର୍ତ୍ତୀ (୧)ଙ୍କ ସହ ୩୧ ରନ୍‌ର ଭାଗୀଦାରୀ କରି ଦଳୀୟ ସ୍କୋର୍‌କୁ ୧୦୦ ଅତିକ୍ରମ କରାଇଥିଲେ । ଏହାଛଡ଼ା ମନଦୀପ ସିଂହ ୧୧ ବଲ୍ ଖେଳି ଗୋଟିଏ ଛକା ମାଧ୍ୟମରେ ୧୨ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା ଈଶାନ୍ତ ଶର୍ମା, ଆନରିଚ୍ ନୋର୍ଜେ, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଏବଂ ମୁକେଶ କୁମାର ଗୋଟିଏ ୱିକେଟ୍ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking