26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଘୋଟାଲା; ରାଜେଶ ଜୋଶୀ ଓ ଗୌତମ ମାଲହୋତ୍ରାଙ୍କୁ ଜାମିନ

ଦିଲ୍ଲୀ ଅବକାରୀ ଘୋଟାଲା; ରାଜେଶ ଜୋଶୀ ଓ ଗୌତମ ମାଲହୋତ୍ରାଙ୍କୁ ଜାମିନ

୧୦ରେ ସିସୋଦିଆଙ୍କ ମାମଲାର ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଏକ ମିଡିଆ କମ୍ପାନୀର ମାଲିକ ରାଜେଶ ଜୋଶୀ ଓ ବବସାୟୀ ଗୌତମ ମାଲ୍‌ହେତ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦୁହିଁଙ୍କୁ ଶନିବାର ଦୁଇ-ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାୟର ଚାର୍ଜସିଟ୍‌ରେ ଅଭିଯୁକ୍ତ ଭାବେ ଦୁହିଁଙ୍କ ନାମ ଥିଲା । ଇଡି ଗୌତମ ମାଲହୋତ୍ରାଙ୍କୁ ଫେବୃଆରୀ ୭ ଏବଂ ରାଜେଶ ଜୋଶୀଙ୍କୁ ଫେବୃଆରୀ ୮ ତାରିଖରେ ଗିରଫ କରିଥିଲା । ଅନ୍ୟପକ୍ଷରେ ଏହି ମାମଲାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଇଡି ପକ୍ଷରୁ ଦାୟର ଚାର୍ଜସିଟ୍ ଉପରେ ୧୦ ତାରିଖରେ ଶୁଣାଣି ହେବ । ଇଡି ଚାର୍ଜସିଟ୍ ଉପରେ ଶନିବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହେବାକୁ ଥିବା ଶୁଣାଣି ଟଳିଯାଇଛି । କୋର୍ଟ ୮ ତାରିଖରେ ଚାର୍ଜସିଟ୍‌ର ସଫ୍ଟ କପି ଦାଖଲ କରିବାକୁ ଇଡିକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking