26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ବ୍ୟବସାୟୀ ଅମନଦୀପଙ୍କୁ ଗିରଫ କଲା ଇଡି

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ବ୍ୟବସାୟୀ ଅମନଦୀପଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଅମନଦୀପ ଧଲ୍ଲା ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଅମନଦୀପଙ୍କୁ ପ୍ରାୟ ଚାରି ଘଣ୍ଟା ଜେରା କରାଯିବାପରେ ଗିରଫ କରାଯାଇଛି । ବ୍ରିଣ୍ଡ୍‌କୋ ସେଲ୍‌ସ୍ ନିର୍ଦ୍ଦେଶକଭାବେ ଧଲ୍ଲା କୁଆଡେ ଦିଲ୍ଲୀ ଅବକାରୀ ନୀତିକୁ ଡ୍ରାଫ୍ଟିଂ କରିଥିବା ଇଡି ପକ୍ଷରୁ କୁହାଯାଇଛି ।

ଏପରିକି ଏହି ମାମଲାରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ମଧ୍ୟ ଧଲ୍ଲାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଅବକାରୀ ନୀତିକୁ କିପରି କାର୍ଯ୍ୟକାରୀ କରାଗଲେ ମଦ ବ୍ୟବସାୟୀ ଅଧିକ ଲାଭବାନ ହୋଇପାରିବେ ସେଥିନେଇ ଆପ୍‌ର କମ୍ୟୁନିକେସନ ଇନ୍‌ଚାର୍ଜ ତଥା ମାମଲାର ଅନ୍ୟତମ ଅଭିଯୁକ୍ତ ବିଜୟ ନାୟାର ସହ ଧଲ୍ଲା ନିୟମିତ ଆଲୋଚନା କରିଥିବାର ପ୍ରମାଣ ହସ୍ତଗତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking