17.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଦିଲ୍ଲୀରେ ବର୍ଷା; ଲୋକେ ହନ୍ତସନ୍ତ

ଦିଲ୍ଲୀରେ ବର୍ଷା; ଲୋକେ ହନ୍ତସନ୍ତ

ନୂଆଦିଲ୍ଲୀ : କରୋନାର ବିକଟରୁପ ଦେଖୁଥିବା ରାଜଧାନୀ ବାସୀଙ୍କ ପାଇଁ ପୁଣିଏକ ସମସ୍ୟା ସୃଷ୍ଟି କରିଛି ଅଦିନିଆ ବର୍ଷା । ବର୍ଷା କାରଣରୁ ଦିଲ୍ଲୀର ରାସ୍ତା ମାନଙ୍କରେ ପାଣିଜମି କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଗତ ଶନିବାର ପାଖରୁ ଲଗାତର ବର୍ଷା ଦିଲ୍ଲୀବାସୀଙ୍କୁ ହନ୍ତସନ୍ତ କରିସାରିଲାଣି । ଶୀତ ସାଙ୍ଗକୁ ବର୍ଷା ଦିଲ୍ଲୀରେ ତାପମାତ୍ରାକୁ ଆହୁରି ହ୍ରାସ କରାଇଛି ।

ଆଜିମଧ୍ୟ ଏନସିଆରରେ ବର୍ଷା ହେବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସପ୍ତାହାନ୍ତ ସଟଡାଉନ ସାଙ୍ଗକୁ ବଢ଼ୁଥିବା କରୋନାରେ ବେହାଲ ରାଜଧାନୀବାସୀ । ସାଙ୍ଗକୁ ବର୍ଷା ଜରୁରିକାଳୀନ ସେବାକୁ ମଧ୍ୟ ବାଧା ପ୍ରାପ୍ତ କରିଛି । ଏପରି ପରିସ୍ଥିତିରେ ଲୋକେ ଘରୁ ବାହାରିବା ମଧ୍ୟ ମୁସକିଲ ହୋଇଛି ।

ଶନିବାର ବର୍ଷା ପରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 15.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଅତ୍ୟଧିକ ପରିସ୍ଥିତି ଯୋଗୁଁ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 8-9 ଡିଗ୍ରୀ ସେଲସିୟସ ଥିଲା । କିନ୍ତୁ ସର୍ବାଧିକ ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ରାତାରାତି ବର୍ଷା ହେତୁ ଦିଲ୍ଲୀର କିଛି ସ୍ଥାନରେ ପାଣି ଜମି ଯାଇଥିବା ଦେଖିବାକୁ ମିଳିଥିଲା। ଦକ୍ଷିଣ ପୂର୍ବ ଦିଲ୍ଲୀର ପୁଲ ପେହ୍ଲାଦ ପୁର ଏବଂ ପୂର୍ବ ଦିଲ୍ଲୀର ମାଣ୍ଡୱାଲି ଅଣ୍ଡରପାସରେ ଜଳସ୍ତର ଯୋଗୁଁ ଟ୍ରାଫିକ ପ୍ରଭାବିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking