21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଦିଲ୍ଲୀ ଷ୍ଟେସନରେ ଦଳାଚକଟା : ୧୮ ମୃତ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ଦିଲ୍ଲୀ ଷ୍ଟେସନରେ ଦଳାଚକଟା : ୧୮ ମୃତ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ନୂଆଦିଲ୍ଲୀ: ମହାକୁମ୍ଭ ଯାତ୍ରୀଙ୍କ ଭିଡ ଯୋଗୁଁ ନୂଆଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା ସ୍ଥିତି ଉପୁଜିଛି। ଶନିବାର ରାତି ପ୍ରାୟ ୯ଟା ୫୫ରେ ଷ୍ଟେସନରେ ଅସମ୍ଭାଳ ଭିଡ ଜନିତ ଠେଲାପେଲାରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୧୪ ଜଣ ମହିଳା ଥିବା ସୂଚନା ମିଳିଛି। ଦଳାଚକଟାରେ ଆହତ ହୋଇଥିବା ଲୋକ ମାନଙ୍କର ଚିକିତ୍ସା ଜାରି ରହିଛି। ଘଟଣାକୁ ନେଇ ଆର୍ଥିକ ଅନୁକମ୍ପା ଘୋଷଣା କରିଛି ରେଳ ବିଭାଗ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ଗୁରୁତରଙ୍କ ପାଇଁ ୨.୫ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବାକୁ ଘୋଷଣା ହୋଇଛି। ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ। କହିଛନ୍ତି ଭିଡ ନିୟନ୍ତ୍ରଣ ପାଇଁ ୪ଟି ସ୍ଵତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା ହୋଇଛି। ଆହୁରି ଅଧିକ ସ୍ଵତନ୍ତ୍ର ଟ୍ରେନ୍ ଚଳାଇବାକୁ ନିର୍ଦେଶ ରହିଛି। ଅନ୍ୟପଟେ ଏହି ଘଟଣାରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୋଦୀ। ଆହତଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଷ୍ଟେସନରେ ଦଳାଚକଟାରେ ଜୀବନହାନୀ ଜାଣି ମୁଁ ଗଭୀର ମର୍ମାହତ। ଶୋକସନ୍ତପ୍ତ ପରିବାକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking