17.1 C
Bhubaneswar
Monday, November 25, 2024
Homeଅପରାଧଇଡି ଅଧିକାରୀର ପରିଚୟ ଦେଇ ଲୁଟିନେଲେ ୩କୋଟି ୨୦ ଲକ୍ଷ

ଇଡି ଅଧିକାରୀର ପରିଚୟ ଦେଇ ଲୁଟିନେଲେ ୩କୋଟି ୨୦ ଲକ୍ଷ

ନୂଆଦିଲ୍ଲୀ: ପୁଣି ଏକ ବଠ ଧରଣର ଡକାୟତି । ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ନିଜକୁ ଇଡି ଅଧିକାରୀ ଭାବେ ପରିଚୟ ଦେଇ ଲୁଟି ନେଇଛନ୍ତି ୩କୋଟିରୁ ଉଦ୍ଧ୍ୱର୍ ଟଙ୍କା । ଶନିବାର ସକାଳେ ବାବା ହରିଦାସ ନଗର ଅଂଚଳରେ ଏହି ବଡ଼ ଧରଣର ଡକାୟତି ହୋଇଛି । କୁହାଯାଉଛି ଯେ, ଇଡି ଅଧିକାରୀ ଭାବେ ଛଅ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଘରେ ପ୍ରବେଶ କରିଥିଲେ । ଏହା ପରେ ସେମାନେ ୩ କୋଟି ୨୦ ଲକ୍ଷ ଟଙ୍କା ନଗଦ ଧରି ଘରୁ ପଳାଇ ଯାଇଥିଲେ । ଏହି ଡକାତି ପରେ ଅପରାଧୀ ଘରୁ ପଳାଇବା ପରେ ପୀଡିତ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପିସିଆର ଭ୍ୟାନ୍ ନରେଲାରେ ପିକେଟିଂ କରିଥିଲା । ଏବଂ ୫୦ ଲକ୍ଷ ଟଙ୍କା ଜବତ କରିଥିଲା । ଏହି ମାମଲାରେ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking