25.1 C
Bhubaneswar
Monday, December 22, 2025
Homeଦେଶ ବିଦେଶନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର; ରାଜଧାନୀରେ ୪ ମାସ ବାଣ ବ୍ୟାନ୍‌

ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର; ରାଜଧାନୀରେ ୪ ମାସ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଏବର୍ଷ ବି ଦୀପାବଳିରେ ବି ବାଣ ଫୁଟାଇବାରୁ ବଞ୍ôଚତ ରହିବେ ଦିଲ୍ଲୀବାସୀ। ଦୀପାବଳିରେ ବାଣ ବିକ୍ରି ଉପରେ ଦିଳ୍ଲୀ ସରକାର ଆଜି ବ୍ୟାନ୍ ଲାଗୁ କରିଛନ୍ତି। ଏହି ବ୍ୟାନ୍ ଅବଧି ୪ ମାସ ଧରି ବଳବତ୍ତର ରହିବ। ଅର୍ଥାତ୍ ଏହି ପ୍ରତିବନ୍ଧକ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ରହିବ। ଏସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, କେଜ୍ରିୱାଲ ସରକାର ଗତ ବର୍ଷ ଭଳି ଏଥର ମଧ୍ୟ ବାଣର ଉତ୍ପାଦନ, ଏହାକୁ ଗଚ୍ଛିତ କରି ରଖିବା, ବିକ୍ରି ତଥା ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ଥଣ୍ଡା ଋତୁରେ ହେବାକୁ ଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି। ଦିଲ୍ଲୀରେ ଏଥର ବାଣର ଅନ୍‌ଲାଇନ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ରହିବ। ଏହି ପତିବନ୍ଧକକୁ କଠୋର ଭାବରେ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ୱ ବିଭାଗ ସହ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।
ଶ୍ରୀ ରାୟଙ୍କ କହିବାନୁସାରେ ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ସମସ୍ତ ପ୍ରକାରର ବାଣ ଉତ୍ପାଦନ, ଗଚ୍ଛିତ ତଥା ବିକ୍ରି ତଥା ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏପରିକି ସବୁଜ ବାଣର ବ୍ୟବହାର ମଧ୍ୟ ହୋଇପାରିବ ନାହିଁ। ତାଙ୍କ କହିବାନୁସାରେ “ଶୀତ ଦିନରେ ଦିଲ୍ଲୀରେ ପ୍ରଦୂଷଣଜନିତ ସାଂଘାତିକ ସ୍ଥିତି ସୃଷ୍ଟି ହେଉଥିବା ବେଳେ ବାଣରୁ ନିର୍ଗତ ଧୂଆଁ ପ୍ରଦୂଷଣସ୍ତରକୁ ଆହୁରି ଅଧିକ ବଢ଼ାଇ ଦେଉଛି। ଫଳରେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ବାଣ ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ ଲଗାଯାଇଛି। ଏହାଦ୍ୱାରା ଲୋକମାନେ ପ୍ରଦୂଷଣରୁ ରକ୍ଷା ପାଇପାରିବେ। ତେବେ ବ୍ୟାନ୍ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ପୁଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଓ ରାଜସ୍ୱ ବିଭାଗ ଖୁବଶୀଘ୍ର ମିଳିତ ଭାବେ ଗାଇଡ ଲାଇନ ଜାରି କରିବେ। ଗାଇଡ୍ ଲାଇନ୍ ଜାରି ହେବା ପରେ ବାଣର ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ। ଏହି ବ୍ୟାନ ସବୁ ପ୍ରକାରର ବାଣ ଉପରେ ଲାଗୁ ହେବ। ୨୦୨୫ ଜାନୁଆରୀ ୧ ତାରିଖ ଯାଏ ଦିଲ୍ଲୀରେ ବ୍ୟାନ ବଳବତ୍ତର ରହିବ ବୋଲି ରାୟ ସୂଚନା ଦେଇଛନ୍ତି। ଏଥର ଦୀପାବଳିରେ ଲୋକମାନେ ଦୀପ ଜାଳି ଓ ମିଠା ବାଣ୍ଟି ଦୀପାବଳି ଉତ୍ସବ ପାଳନ କରିବାକୁ ଶ୍ରୀ ରାୟ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking