17.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ୧୫ ଜଣ ମହିଳାଙ୍କୁ ବଳାତ୍କାର: ଯୁବକ...

ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ୧୫ ଜଣ ମହିଳାଙ୍କୁ ବଳାତ୍କାର: ଯୁବକ ଗିରଫ

ମୁମ୍ବାଇ: ବିବାହର ପ୍ରଲୋଭନ ଦେଖାଇ ଗତ ଅଢ଼େଇ ବର୍ଷ ମଧ୍ୟରେ ବିବାହ ୱେବସାଇଟ୍‌ରେ ୧୫ ଜଣ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଭାସାଇ ପୂର୍ବ  ୱାଲିଭ୍ ପୋଲିସ ଗୁଜରାଟର ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ, ଅହମଦାବାଦର ବାସିନ୍ଦା ହିମାଂଶୁ ଯୋଗେଶଭାଇ ପଞ୍ଚାଲ । ଏକ ବିବାହ ୱେବସାଇଟ୍‌ ଗୁଡ଼ିକରେ ନକଲି ପ୍ରୋଫାଇଲ୍ ତିଆରି କରିଥିବା ଜଣାପଡ଼ିଛି। ଯିଏ ସାଇବର ସୁରକ୍ଷା ବିଭାଗ ସହିତ ଜଡିତ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇଥିବା ଜଣାପଡିଛି । ମହିଳାଙ୍କୁ ପ୍ରଲୋଭିତ କରିବା ପାଇଁ ଅଭିଯୁକ୍ତ ନକଲି ପ୍ରୋଫାଇଲ ବ୍ୟବହାର କରିଥିଲା । ପୋଲିସର କହିବା ଅନୁଯାୟୀ, ପଞ୍ଚାଲଙ୍କ ନକଲି ପ୍ରୋଫାଇଲ ଏକାଧିକ ସମ୍ପତ୍ତି ଥିବା ଜଣେ ଧନୀ ବ୍ୟକ୍ତି ଭାବରେ ଦେଖାଯାଉଥିଲା । ସେ ବିବାହ ୱେବସାଇଟ୍‌ରେ ଯୁବତୀମାନଙ୍କ ସହିତ ସମ୍ପର୍କ ଆରମ୍ଭ କରୁଥିଲେ , ସେମାନଙ୍କ ବିଶ୍ୱାସ ଜିତିଥିଲେ ଏବଂ ସେମାନଙ୍କୁ ଭାସାଇ, ମୁମ୍ବାଇ ଏବଂ ଅହମ୍ମଦାବାଦର ହୋଟେଲକୁ ନିମନ୍ତ୍ରଣ କରୁଥିଲେ ।  ସାକ୍ଷାତ ସମୟରେ, ସେ ବିବାହର ପ୍ରତିଶ୍ରୁତି ଦେଉଥିଲେ । କେବଳ ଏତିକି ନୁହେଁ ସେମାନଙ୍କୁ ନକଲି ହୀରା ଅଳଙ୍କାର ଦେଉଥିଲେ ଏବଂ ପ୍ରଥମ ସାକ୍ଷାତରେ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ । ଯୌନ ଶୋଷଣ ବ୍ୟତୀତ, ପାଞ୍ଚାଲ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରି ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଆର୍ଥିକ ଏବଂ ଶାରୀରିକ ଲାଭ ଉଠାଇବା ପରେ, ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିଦେଉଥିଲେ ଠକ ଜଣଙ୍କ । ଯାହା ଫଳରେ ଯୁବତୀମାନେ ଦୁଃଖରେ ଭାଙ୍ଗି ଯାଇଥିଲେ । ଏକ ଖବରରୁ ଜଣାପଡିଛି ଯେ ଫେବୃଆରୀ ୬ ତାରିଖରେ ମୀରା ରୋଡର ଜଣେ ୩୧ ବର୍ଷୀୟା ମହିଳା ୱାଲିଭ ପୋଲିସକୁ ଯୋଗାଯୋଗ କରିବା ପରେ ଠକଙ୍କ ଅପରାଧର ଧାରା ସାମ୍ନାକୁ ଆସିଥିଲା ।  ସେ ରିପୋର୍ଟ କରିଛନ୍ତି ଯେ ପାଞ୍ଚାଲ ଏକ ମ୍ୟାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗ କରିଥିଲେ । ଏକ ହୀରା ହାର ଉପହାର ଦେଇ ତାଙ୍କର ବିଶ୍ୱାସ ହାସଲ କରିଥିଲେ । ଯାହା ପରେ ନକଲି ବୋଲି ଜଣାପଡିଥିଲା ​​ଏବଂ ତା’ପରେ ତାଙ୍କୁ ବଳାତ୍କାର କରିଥିଲେ। ସେ ପୋଲିସକୁ ଭାସାଇ ଏବଂ ଅହମ୍ମଦାବାଦର ଦୁଇଟି ହୋଟେଲର ବିବରଣୀ ପ୍ରଦାନ କରିଥିଲେ ଯେଉଁଠାରେ ଆକ୍ରମଣ ଘଟିଥିଲା । ୱାଲିଭ ପୋଲିସ ଷ୍ଟେସନର ସହକାରୀ ପୋଲିସ ଇନ୍ସପେକ୍ଟର ସଚିନ ସନପ ପ୍ରକାଶ କରିଛନ୍ତି ଯେ ପାଞ୍ଚାଲଙ୍କ ଆଚରଣ ସେମାନଙ୍କୁ ଠକିବାରେ ସାହାଯ୍ୟ କରିଥିଲା। “ତାଙ୍କ ମିଠା କଥା ସାହାଯ୍ୟରେ ମହିଳାମାନଙ୍କୁ ପ୍ରଭାବିତ କରାଉଥିଲେ । ସେ ପାଞ୍ଚଟି ଫୋନ୍ ଏବଂ ଗୋଟିଏ ଆପଲ୍ ଲାପଟପ୍ ବ୍ୟବହାର କରୁଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଯୋଗାଯୋଗ ପାଇଁ ସର୍ବଦା ହୋଟେଲ ୱାଇଫାଇ ଏବଂ ହ୍ୱାଟ୍ସଆପ୍ ଉପରେ ନିର୍ଭର କରୁଥିଲେ । ପୋଲିସ ଏକ ବୈଷୟିକ ତଦନ୍ତ କରିଥିଲା, ପାଞ୍ଚାଲଙ୍କ ଡିଜିଟାଲ୍ ଫୁଟପ୍ରିଣ୍ଟ ଅହମ୍ମଦାବାଦରୁ ଖୋଜି ପାଇଥିଲା । ଯେଉଁଠାରେ ଯୁବକ ଜଣଙ୍କୁ ଗିରଫ କରାଯାଇଥିଲା । କର୍ତ୍ତୃପକ୍ଷ ଏବେ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking