19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଇଡି ପକ୍ଷରୁ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଇଡି ପକ୍ଷରୁ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶନିବାର ଦିଲ୍ଲୀସ୍ଥିତ ରୋଜ୍ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୩୦୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ କେବଳ ସମୀର ମହେନ୍ଦ୍ରୁଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ପରବର୍ତ୍ତୀ ଚାର୍ଜସିଟ୍‌ରେ ଅନ୍ୟ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯିବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି । ତେବେ ଇଡି ଚାର୍ଜସିଟ୍‌ରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ନାମ ଉଲ୍ଲେଖ କରାଯାଇନାହିଁ ।

ଏହାକୁ କେନ୍ଦ୍ରକରି ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଇଡି ଚାର୍ଜସିଟ୍‌ରେ ସିସୋଦିଆଙ୍କ ନାମ ନଥିବାବେଳେ କେନ୍ଦ୍ର ସରକାର ଅଯଥାରେ ତାଙ୍କୁ କାହିଁକି ବଦନାମ କରୁଛନ୍ତି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଏହି ମାମଲାରେ ଇଡି ପକ୍ଷରୁ କିଛିମାସ ପୂର୍ବେ ସିସୋଦିଆଙ୍କ ବାସଭବନ ଖାନତଲାସ କରାଯାଇଥିବାବେଳେ ତାଙ୍କୁ ଦୀର୍ଘ ସମୟ ଜେରା କରାଯାଇଥିଲା । ଏପରିକି ସିସୋଦିଆଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଏହି ମାମଲାରେ ସିବିଆଇ ପକ୍ଷରୁ ପୃଥକ ଚାର୍ଜସିଟ୍ ଦାଖଲ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking